ସାଂଘାଇ ବୈଠକରେ ଇମ୍ରାନଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚା : ସମସ୍ତ ନେତା ଛିଡା ହୋଇଥିବା ବେଳେ ନିଜ ସିଟରେ ବସି ରହିଥିଲେ ଇମ୍ରାନ

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪/୬ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଦିନ ସାଂଘାଇ ସହଯୋଗ ସଂଗଠନ (ଇସସିଓ) ବୈଠକରେ ସାମିଲ ହୋଇଥିଲେ । ପ୍ରତ୍ୟେକଥର ଭଳି ଏଥର ମଧ୍ୟ ଇମ୍ରାନ ଗୋଟିଏ ଭୁଲ କରିଥିଲେ ।

{"id":122830,"width":585,"height":330}

ସାଂଘାଇ ବୈଠକରେ ଉଦଘାଟନୀ ସମାରୋହରେ ସାରା ଦୁନିଆର ରାଷ୍ଟ୍ର ଅଧ୍ୟକ୍ଷ ପ୍ରବେଶ କଲାବେଳେ ହଲରେ ପୂର୍ବରୁ ଉପସ୍ଥିତ ଥିବା ନେତା ଛିଡା ହୋଇ ସେମାନଙ୍କୁ ସ୍ୱାଗତ କରୁଥିଲେ । କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ସିଟରେ ବସି ରହିଥିଲେ ।  ଯେତେବେଳେ ହଲକୁ କିର୍ଗିସ୍ଥାନ ରାଷ୍ଟ୍ରପତି ଏବଂ ଅନ୍ୟ ନେତା ପହଂଚିଥିଲେ ସେତେବେଳେ ଇମ୍ରାନ ଖାନ ନିଜ ସିଟରେ ବସି ରହିଥିଲେ । ଇମ୍ରାନଙ୍କୁ ଅନ୍ୟ ନେତାମାନେ ଛିଡା ହେବା ପାଇଁ କହିଥିଲେ ମଧ୍ୟ ସେ ଛିଡା ନହୋଇ ବସି ରହିଥିଲେ । ସୋସିଆଲ ମିଡ଼ିଆରେ ଇମ୍ରାନଙ୍କ ଏହି ବ୍ୟବହାରକୁ ନେଇ ଖୁବ ନିନ୍ଦା ହେଉଛି । ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି ।

{"id":122827,"width":582,"height":418}

ଅରୁଣ ଭରଦ୍ୱାଜ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଇମ୍ରାନ ଖାନ ପୁଣିଥରେ ପ୍ରମାଣ କରିଛନ୍ତି ଯେ ସେ କେତେ ଅପରିପକ୍ଵ । ସମସ୍ତ ନେତା, ରାଷ୍ଟ୍ର ଅଧ୍ୟକ୍ଷ ଅନ୍ତିମ ଅତିଥି ପହଂଚିବା ଯାଏଁ ଛିଡା ହୋଇ ରହିଲେ କିନ୍ତୁ ଦୁଇ ଦୁଇଥର କହିବା ପରେ ମଧ୍ୟ ଇମ୍ରାନ ନିଜ ସିଟରେ ବସି ରହିଲେ । ତାଙ୍କୁ ଖୁବ ଶୀଘ୍ର ଭଲ ବ୍ୟବହାର ଶିଖିବା ଦରକାର ବୋଲି ସେ କହିଛନ୍ତି ।

{"id":122828,"width":581,"height":274}

ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇମ୍ରାନଙ୍କ ସାମ୍ନା ସାମ୍ନି ହୋଇଥିଲା ସେତେବେଳେ ସେ ମୋଦିଙ୍କୁ ନଜରଅନ୍ଦାଜ କରିଥିଲେ । ଉଭୟ ଆଗପଛ ହୋଇ ଚାଲୁଥିଲେ କିନ୍ତୁ କେହି କାହା ସହ ହାତ ମିଳାଇନଥିଲେ କି କଥାବାର୍ତ୍ତା ହୋଇନଥିଲେ । ମୋଦିଙ୍କ ୪ଟି ସିଟ ଦୂରରେ ଇମ୍ରାନ ବସିଥିଲେ । ତଥାପି ଦୁଇ ନେତାଙ୍କ ମଧ୍ୟରେ ଦୂରତା ସଫାସଫା ଜଣାପଡୁଥିଲା ।

{"id":122829,"width":587,"height":306}

ଇମ୍ରାନ ମୋଦିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ କିନ୍ତୁ ମୋଦି ସଫାସଫା ମନା କରିଦେଇଥିଲେ । ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଛି ସେପର୍ଯ୍ୟନ୍ତ ଭାରତର ବ୍ୟବହାରରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ମୋଦି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.