ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ, ୧୭ ମୃତ
3/02/2023 at 12:12 PM

ନୂଆଦିଲ୍ଲୀ ୦୩।୦୨: ପାକିସ୍ତାନର ପେଶୱାରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ପେଶୱାର ପୂର୍ବରୁ ଚର୍ଚ୍ଚାକୁ ଆସିଥିଲା। ଏଠାରେ ଏକ ମସଜିଦରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି କାରଣରୁ ଅନେକ ଲୋକ ପ୍ରାଣ ହରାଇଥିଲେ। ଗୁରୁବାର ଦିନ ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖତୁନଖୱା ପ୍ରଦେଶରେ ଏକ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପୋଲିସ୍ ସୂଚନା ଦେଇଛି।
ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହା ସହ ମୃତକଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାଙ୍କୁ ନିଆଯାଇଛି । ପୋଲିସର ସୂଚନାନୁସାରେ ଟ୍ରକର ବ୍ରେକ ଫେଲ୍ ହେତୁ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନର ରାଜ୍ୟପାଳ ହାଜି ଗୁଲାମ ଅଲି ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଆଜମ ଖାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।