ଇମରାନ ଖାନଙ୍କ ସ୍ତ୍ରୀଙ୍କୁ ଚିହ୍ନିପାରିଲେନି ଅଫିସର ,ଖୋଲିଲେନି ଦରଜା : ତା’ପରେ ବେଗମଙ୍କ ରାଗରେ କେମିତି ହେଲା ଆକ୍ସନ୍…
24/02/2020 at 3:19 PM

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କୁ ଦ୍ବାର ନ ଖୋଲିବା ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ୨୦ଜଣ ସରକାରୀ ଅଫିସରଙ୍କଠାରେ ବଜ୍ର ଖସିଛି।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଧର୍ମସ୍ଥଳ ଯାତ୍ରା ସମୟରେ ଇମରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କ ପାଇଁ ଧାର୍ଯ୍ୟ ପ୍ରୋଟୋକଲର ପାଳନ ହୋଇନାହିଁ। ଖାସ୍ କଥା ହେଉଛି ଏହା ଯେ ଦ୍ବାର ଖୋଲା ଯାଇନାହିଁ । ଏହାକୁ ସ୍ବର୍ଗର ଦ୍ବାର କୁହାଯାଏ।

ପ୍ରକୃତରେ,ବୁଶରା ଫେବୃୟାରୀ ୨୦ତାରିଖରେ ପ୍ରଶାସନକୁ ନ ଜଣାଇ ପଞ୍ଜାବର ପାକପଟ୍ଟନ ଜିଲ୍ଲାରେ ବାବା ଫରିଦଙ୍କ ଦରଗାହ ଯାଇଥିଲେ। ଜଣେ ଅଧିକାରୀ କହିଥିଲେ ଯେ ଧର୍ମସ୍ଥଳ ସୁରକ୍ଷାରେ ମୁତୟନ ହୋଇଥିବା କର୍ମୀ ବେହେଶଟ୍ଟି ଦ୍ବାର ନଖୋଲିବାରୁ ସେ ରାଗି ଯାଇଥିଲେ।

ପଞ୍ଜାବର ଔକାଫ ବିଭାଗର ମୁଖ୍ୟ ପ୍ରଶାସକ କହିଥିଲେ ଯେ ବେହେଶେଟ୍ଟୀ ଦ୍ବାର(ସ୍ବର୍ଗର ଦ୍ବାର) ତୁରନ୍ତ ତାଙ୍କ ପାଇଁ ଖୋଲାଯାଇନଥିଲା ଯାହା ଫଳରେ ସେ ରାଗି ଯାଇଥିଲେ। ଏହାକୁ ନେଇ ୨୦ଜଣ ସରକାରୀ କର୍ମଚାରୀଙ୍କୁ ତାଙ୍କ ପଦରୁ ହଟାଯାଇଛି।

ଅଧିକାରୀ କହିଥିଲେ ଯେ ପାକପଟ୍ଟନ ଜିଲ୍ଲାରେ ମୁତୟନ ହୋଇଥିବା କେତେକ କର୍ମଚାରୀଙ୍କୁ ବିଭାଗୀୟ ପ୍ରଶାସନିକ ମାମଲାରେ ଦାୟିତ୍ବହୀନତା ଦେଖାଇବା କାରଣରୁ ସ୍ଥାନାନ୍ତରିତ କରାଯାଇଛି।

ବୁଶରା ବିବି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପତ୍ନୀ। ବୁଶରାଙ୍କୁ ନେଇ ପାକିସ୍ତାନରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ। ଅନେକ ଲୋକ କୁହନ୍ତି ଯେ ବୁଶରା ତନ୍ତ୍ର-ସାଧନା ଏବଂ କଳା ଯାଦୁ କରନ୍ତି।

ବୁଶରାଙ୍କୁ ‘ପିଙ୍କି ଯାଦୁଗରଣୀ’ ନାଁରେ ମଧ୍ୟ ଜଣାଯାଏ। ଏହା ମଧ୍ୟ କୁହାଯାଏ ଯେ ବୁଶରା ବିବିଙ୍କ ମୁହଁ ଦର୍ପଣରେ ଦେଖାଯାଏ ନାହିଁ।

ଅନେକ ଥର ଏପରି ଗୁଜବ ମଧ୍ୟ ଶୁଣିବାକୁ ମିଳିଛି ଯେ ବୁଶରାଙ୍କ ଦୁଇଟି ଜିନ୍ ରହିଛି। ବୁଶରା ସାର୍ବଜନିକ ସ୍ଥଳରେ ବହୁତ କମ୍ ଦେଖାଯାଆନ୍ତି। ସେ ଇମରାନ ଖାନଙ୍କ ସହ ରାଜନୈତିକ ଗସ୍ତରେ ମଧ୍ୟ ଯାଆନ୍ତି ନାହିଁ।

ଇମରାନ ଖାନଙ୍କ ପ୍ରଥମ ବିବାହ ଜେମିମା ଗୋଲ୍ଡସ୍ମିଥଙ୍କ ସହ ହୋଇଥିଲା। ୨୦୦୪ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା।

ଏହା ପରେ ୨୦୧୪ମସିହାରେ ଇମରାନ୍ ଖାନ୍ ସାମ୍ବାଦିକ ରେହମ୍ ଖାନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଏହି ବିବାହ ମାତ୍ର ୧୦ମାସ ତିଷ୍ଠିଥିଲା।

କୁହାଯାଉଛି ଇମରାନ୍ ଖାନ୍ , ବୁଶରା ବିବି କହିବାରୁ ରେହମଙ୍କୁ ଛାଡ଼ପତ୍ର ଦେଇଥିଲେ।
