ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପାକିସ୍ତାନରେ ୩୦ ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ : ଆଇଏମଏଫ୍ ସହାୟତା ପାଇବାକୁ ଜନତାଙ୍କୁ ଶୋଷୁଛି ପାକ୍ ସରକାର

27/05/2022 at 11:34 AM

ନୂଆଦିଲ୍ଲୀ ୨୭/୦୫: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍ ବଢିବାରେ ଲାଗିଛି । ପାକିସ୍ତାନ ସରକାର ଦରଦାମ୍ ବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି । ଶୁକ୍ରବାର ଏଠାରେ ତୈଳ ଦରରେ ୩୦ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଇସଲାମବାଦରେ ଲିଟର ପିଛା ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.ଟଙ୍କା ୧୫ ପଇସାରେ ପହଁଚିଛି । ସେହିପରି କିରୋସିନର ଦାମ୍ ମଧ୍ୟ ୩୦ ଟଙ୍କା ବୃଦ୍ଧି ପାଇଛି । କିରୋସିନି ମଧ୍ୟ ୧୫୫.୫୬ ଟଙ୍କା ହୋଇଯାଇଛି ।

ପାକ୍ ସରକାରଙ୍କ ଘେରି ଭାରତକୁ ପ୍ରଶଂସା କଲେ ଇମ୍ରାନ

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବର୍ତ୍ତମାନର ଶରିଫ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଛି । ଇତିହାସରେ ଏହା ସବୁଠାରୁ ବଡ ବୃଦ୍ଧି ଅଟେ । ଋଷରୁ ଶସ୍ତା ତେଳ କିଣିବାକୁ ପାକିସ୍ତାନ ବିଫଳ ।

ଭାରତକୁ ନେଇ ଇମ୍ରାନ କହିଛନ୍ତି ଯେ, ଭାରତ ଆମେରିକାର ସହଯୋଗୀ ସତ୍ତ୍ୱେ ଋଷଠୁ ତେଲ କିଣୁଛି । ଏହାସହ ଭାରତ ସରକାର ଦାମ୍ କମାଇଛନ୍ତି ।

ଅର୍ଥମନ୍ତ୍ରୀଙ୍କ ଘୋଷଣା

ପାକିସ୍ତାନ ଅର୍ଥମନ୍ତ୍ରୀ ଗୁରୁବାର ଘୋଷଣା କରିଥିଲେ ଯେ, ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ୩୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଆଇଏମଏଫ କାର୍ଯ୍ୟକ୍ରମକୁ ପୁନରୁଦ୍ଧାର ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପାଖରେ ଦାମ୍ ବୃଦ୍ଧି ଛଡା ଆଉ କିଛି ବିକଳ୍ପ ନାହିଁ । ନୂଆ ଦାମ୍ ଜାରି କଲେ ବି ଡିଜେଲ ଉପରେ ସରକାର ୫୬ ଟଙ୍କା କ୍ଷତି ସହୁଛନ୍ତି ।

ସୂଚନାଯୋଗ୍ୟ, ପାକରେ ସରକାର ପରିବର୍ତ୍ତନ ପରେ ସ୍ଥିତି ବିଗିଡିବାରେ ଲାଗିଛି । ଇମ୍ରାନ ଖାନଙ୍କ ଆଜାଦୀ ମାର୍ଚ୍ଚ ରୋକିବା ପାଇଁ ସରକାର ସେନାକୁ ନିୟୋଜିତ କରିଥିଲେ । ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏପରିକି ବିକ୍ଷୋଭକାରୀ ଏକ ମେଟ୍ରୋ ଷ୍ଟେସନକୁ ମଧ୍ୟ ଜଳାଇ ଦେଇଥିଲେ ।

   Related Posts