ଲଞ୍ଚ୍ ହେଲା, କିନ୍ତୁ କିଛି ସେକେଣ୍ଡ ପରେ ଖସି ପଡିଲା : ପାକିସ୍ତାନର ମିସାଇଲ୍ ଏମିତି...

Published By : Prameya-News7 Bureau | March 18, 2022 IST

ନୂଆଦିଲ୍ଲୀ ୧୮/୦୩:  ନିଜ ଦେଶରେ ହିଁ ଲଜ୍ଜିତ ହୋଇଚି ପାକିସ୍ତାନ । କାରଣ ଗୁରୁବାର ପାକ୍ ଲଞ୍ଚ୍ କରିଥିବା ଏକ ମିସାଇଲ ଫେଲ୍ ମାରିଛି । ଏଏନଆଇ ଅନୁସାରେ, ସିନ୍ଧର ଜମସୁରୁ ଅଞ୍ଚଳରେ ଗୁରୁବାର ପାକିସ୍ତାନ ଦିନ ୧୨ଟାରେ ଏକ ମିସାଇଲ ପରୀକ୍ଷଣ କରିଥିଲା । କିନ୍ତୁ ଏହା ଆକାଶରୁ ଖସି ପଡିଥିଲା । ଯାହା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ସୋସିଆଲ ମିଡିଆର ସୂଚନା ଅନୁସାରେ, ମିସାଇଲକୁ ଟେଷ୍ଟିଂ ରେଞ୍ଜରୁ ଫାୟାରିଂ କରାଯାଇଥିଲା । ଏହାକୁ ୧୧ଟା ବଦଳରେ ୧୨ଟାରେ ଫାୟାରିଂ କରାଯାଇଥିଲା । ମାତ୍ର କିଛି ସେକେଣ୍ଡରେ ଏହା ଲକ୍ଷ୍ୟରୁ ଦୂରେଇ ବୁଲା ଖାନ ଅଞ୍ଚଳରେ ପଡିଯାଇଥିଲା । ପାକ୍‌ର ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ଆସିବା ସତ୍ତ୍ୱେ କୌଣସି ଅଧିକାରୀ ଏବାବଦରେ ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏପରିକି ସ୍ଥାନୀୟ ଅଧିକାରୀ କୌଣସି ମିସାଇଲ ପରୀକ୍ଷଣ ହୋଇନଥିବା କହୁଛନ୍ତି । ସ୍ଥାନୀୟ ପ୍ରଶାସନ କହିଛି ଯେ, ଏହା ଏକ ନିୟମିତ ମୋର୍ଟାର ଥିଲା । ଯାହାକୁ ପାଖରେ ଥିବା ସୀମାରୁ ମାଡ କରାଯାଇଥିଲା ।  

ପାକିସ୍ତାନ ଏଆରଓ୍ୱାଇ ନ୍ୟୁଜ ଚ୍ୟାନେଲର ରିପୋର୍ଟ ଅନୁସାରେ, ଆକାଶରୁ କିଛି ଖସି ପଡିଥିବା ଖବର ଆସିଛି । ପୋଲିସ ମାମଲାର ତଦନ୍ତ କରୁଛି । ଏହାସହ ଲୋକେ ଏହି ମାମଲାରେ ଭୟଭୀତ ନହେବାକୁ ଜମସୋରା ଅଞ୍ଚଳର ଡେପୁଟୀ କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.