ପାକିସ୍ତାନକୁ ଲାଗିବ ଝଟ୍‌କା ! ହାତରୁ ଖସିପାରେ ଚାମ୍ପିଆନ୍ସ ଟ୍ରଫିର ଆୟୋଜନ

Published By : Prameya-News7 Bureau | November 28, 2023 IST

ମୁମ୍ବାଇ ୨୮।୧୧ : ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଲାଗିପାରେ ଶକ୍ତ ଝଟ୍‌କା । ବୋର୍ଡ ହାତରେ ଖସିପାରେ ଆଇସିସି ଚାମ୍ପିଆନ୍ସ ଟ୍ରଫିର ଆୟୋଜନ । ୨୦୨୫ରେ ପାକିସ୍ତାନରେ ହେବାକୁ ଯାଉଛି ଚାମ୍ପିଆନ୍ସ ଟ୍ରଫି । ହେଲେ ଏହା ପାକିସ୍ତାନରେ ହେବ କି ନାହିଁ । ତାହା ଏବେଠୁ ସସ୍‌ପେନ୍ସ ।

wp:embed {"url":"https://www.prameyanews7.com/rinku-singh-showed-that-he-is-mister-finisher-reminded-dhoni-yuvraj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rinku-singh-showed-that-he-is-mister-finisher-reminded-dhoni-yuvraj/
/wp:embed

ମିଡିଆ ରିପୋର୍ଟ ମୁତାବିକ, ଯଦି ଭାରତ ସରକାରଙ୍କ ମନୋଭାବରେ ପରିବର୍ତ୍ତନ ନହୁଏ, ତେବେ ଏଭଳି ପରିସ୍ଥିତିରେ ପାକିସ୍ତାନ ହାତରୁ ଖସିପାରେ ଚାମ୍ପିଆନ୍ସ ଟ୍ରଫିର ଆୟୋଜନ । ଆଉ ପାକିସ୍ତାନ ପରିବର୍ତ୍ତେ ଦୁବାଇରେ ହାଇବ୍ରିଡ୍‌ ମଡେଲ୍‌ରେ ଚାମ୍ପିଆନ୍ସ ଟ୍ରଫିର ଆୟୋଜନ କରାଯିବ । ହାଇବ୍ରିଡ୍‌ ମଡେଲ ମୁତାବିକ ଭାରତ ଚାମ୍ପିଆନ୍ସ ଟ୍ରଫିରେ ଖେଳିବାକୁ ଥିବା ସମସ୍ତ ମୁକାବିଲା ଦୁବାଇରେ ଖେଳିବ । ଏହାବାଦ୍‌ ଅନ୍ୟ ବାକି ଟିମ୍‌ ପାକିସ୍ତାନରେ ହିଁ ଖେଳିବେ । କେବଳ ଟିମ୍‌ ଇଣ୍ଡିଆ ହିଁ ଅଲଗା ଭେନ୍ୟୁରେ ମ୍ୟାଚ୍‌ ଖେଳିବ ।

wp:embed {"url":"https://www.prameyanews7.com/after-the-world-cup-final-rohit-sharma-was-seen-for-the-first-time-and-made-such-a-post/","type":"wp-embed","providerNameSlug":"prameya-news-7"}
https://www.prameyanews7.com/after-the-world-cup-final-rohit-sharma-was-seen-for-the-first-time-and-made-such-a-post/
/wp:embed

ସେପଟେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କହିଛି ଯେ, ପାକିସ୍ତାନ ୨୦୨୫ର ଚାମ୍ପିଆନ୍ସ ଟ୍ରଫିର ଆୟୋଜନ ପାଇଁ ଅଧିକାର ପାଇଛି । ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ଅନୁମାନ କରୁଛି କି ଭାରତୀୟ ଟିମ୍‌ ଏସିଆ କପ୍‌ ପରି ଦେଶକୁ ଖେଳିବା ପାଇଁ ଆସିବନାହିଁ । ଯାହାଦ୍ୱାରା ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ବଡ଼ଧରଣର କ୍ଷତି ଲାଗିପାରେ । ତେଣୁ ଭାରତ ସମସ୍ତ ମୁକାବିଲା ଦୁବାଇ ଖେଳିବାକୁ ବୋର୍ଡ ଯୋଜନା କରୁଛି ।

wp:embed {"url":"https://www.prameyanews7.com/hasan-ali-intrested-to-play-ipl/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hasan-ali-intrested-to-play-ipl/
/wp:embed

ସେହିପରି ଏହାପୂର୍ବରୁ ଗତ ଏସିଆ କପ୍‌ର ଆୟୋଜନ ପାକିସ୍ତାନକୁ ମିଳିଥିଲା । କିନ୍ତୁ ଭାରତୀୟ କ୍ରିକେଟ୍‌ ବୋର୍ଡ ପାକିସ୍ତାନ ଯିବାକୁ ମନା କରିଦେଲା । ଯାହାଫଳରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ୍‌ର ଆୟୋଜନ ହୋଇଥିଲା । ଭାରତର ସମସ୍ତ ମୁକାବିଲା ପାକିସ୍ତାନରେ ଖେଳାଯାଇଥିଲା । ଭାରତ ବି ୨୦୨୩ରେ ହୋଇଥିବା ଏସିଆ କପ୍‌ରେ ଚାମ୍ପିଆନ୍‌ ହୋଇଥିଲା ।  

wp:embed {"url":"https://www.prameyanews7.com/shubman-gill-the-new-captain-of-gujarat-titans/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shubman-gill-the-new-captain-of-gujarat-titans/
/wp:embed

ସୂଚନାଯୋଗ୍ୟ ଯେ, ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଉପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହାପରେ ଅନ୍ୟ କୌଣସି ଦେଶ ପାକିସ୍ତାନରେ କ୍ରିକେଟ୍‌ ଖେଳିବାକୁ ରାଜି ହେଉନଥିଲେ । ଏବେ ଧୀରେ ଧୀରେ ଅନ୍ୟ ଟିମ୍‌ ପାକିସ୍ତାନରେ ଖେଳିବାକୁ ରାଜି ହୋଇଥିଲେ । ଆଉ ସିରିଜ୍‌ ମଧ୍ୟ ଖେଳୁଛନ୍ତି । କିନ୍ତୁ ଭାରତୀୟ ଟିମ୍‌ ଏବେ ଯାଏଁ ପାକିସ୍ତାନରେ କୌଣସି ମ୍ୟାଚ୍‌ ଖେଳିନାହିଁ । ୨୦୦୬ରେ ଶେଷ ଥର ପାଇଁ ଭାରତୀୟ ପାକିସ୍ତାନରେ କୌଣସି ସିରିଜ୍‌ କିମ୍ବା ମ୍ୟାଚ୍‌ ଖେଳିଥିଲା ।  

wp:embed {"url":"https://www.prameyanews7.com/animal-cast-fees-know-who-is-the-highest-and-lowest-paid/","type":"wp-embed","providerNameSlug":"prameya-news-7"}
https://www.prameyanews7.com/animal-cast-fees-know-who-is-the-highest-and-lowest-paid/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.