ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପେଶାଓ୍ବାର ଆତ୍ମଘାତୀ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି, ମଙ୍ଗଳବାର ଶୋକ ଦିବସ ପାଳିବାକୁ ଘୋଷଣା

31/01/2023 at 8:26 AM

ଇସଲାମାବାଦ: ପାକିସ୍ତାନ ପେଶାଓ୍ବାରରେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬୩ଜଣ ପ୍ରାଣ ହରାଇଲେଣି । ସେହିପରି ୧୫୭ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛନ୍ତି । ମସଜିଦ୍‌ରେ ଲୋକେ ନମାଜ ପାଠ କରୁଥିବା ସମୟରେ ଏହି ବମ୍ ବିସ୍ଫୋରଣ ହୋଇଥିଲା ।  

ପୋଲିସ୍‌ର ସୂଚନା ଅନୁଯାୟୀ, ସୋମବାର ବହୁ ସଂଖ୍ୟାରେ ଲୋକେ ପ୍ରାର୍ଥନା କରିବା ପାଇଁ ମସଜିଦ୍‌ରେ ଏକାଠି ହୋଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ବମ୍ ବ୍ଲାଷ୍ଟ୍ କରିଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମସଜିଦ୍‌ର ଏକ କାନ୍ଥ ଭୁଷୁଡ଼ି ପଡ଼ିଛି। ଏହା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଏହା ମାନବ ବୋମା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଅଧିକ ଲୋକ ପ୍ରାର୍ଥନା ପାଇଁ ଏକତ୍ର ହୋଇଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାକୁ ନିନ୍ଦା କରିଛନ୍ତି। ଏହା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିସ୍ଫୋରଣ ପଛରେ ଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ସରିଫ୍। ମଙ୍ଗଳବାର ଗୋଟିଏ ଦିନ ଶୋକ ଦିବସ ପାଳିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସେପଟେ ତେହେରିକ୍‌-ଏ-ତାଲିବାନ୍ ପାକିସ୍ତାନର ଉମର ଖାଲିଦ ଖୁରାସାନି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଭାଇ ମୃତ୍ୟୁ ପ୍ରତିଶୋଧ ନେଇଛି ବୋଲି କହିଛି।

ପୂର୍ବରୁ ଜାନୁଆରୀ ୨୨ ରେ ପେଶାଓ୍ବରର ବାଦାବର ପୋଲିସ୍‌ ଷ୍ଟେସନ ଅଞ୍ଚଳରେ ଏକ ପୋଲିସ୍‌ କାର୍ ନିକଟରେ ବିସ୍ଫୋରଣ ହୋଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ଖବର ଆସିଥିଲା। ପୋଲିସ୍‌ ଅନୁଯାୟୀ ଏହି ବିସ୍ଫୋରଣ ରିମୋଟ୍‌ କଣ୍ଟ୍ରୋଲ ଦ୍ବାରା କରାଯାଇଥିଲା। ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲା।

   Related Posts