ପାକିସ୍ତାନରେ ଗାୟିକାଙ୍କ ଅଶ୍ଳୀଳ ଡ୍ୟାନ୍ସ ପାଇଁ ହଙ୍ଗାମା, ୟୁନିଭର୍ସିଟିକୁ ନୋଟିସ୍‌ ଜାରି

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: ପାକିସ୍ତାନରେ କ’ଣ ଘଟିବ ତା ବିଷୟରେ କିଛି କହି ହୁଏ ନାହିଁ। କାହିଁକି ନା ପାକିସ୍ତାନ ଏକ ରକ୍ଷଣଶୀଳ ଦେଶ। ତା’ର ଅନେକ ସ୍ଥାନରେ ନାଚ ଓ ଗୀତ ନିଷେଧ। ପାକିସ୍ତାନ୍‌ର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଖୁବ୍‌ ହଙ୍ଗାମା ଆରମ୍ଭ ହୋଇଯାଇଛି। ଯାହାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଇଭେଣ୍ଟରେ ଜଣେ ମହିଳା ମଞ୍ଚରେ ଗୀତ ଗାଉଥିବାର ନଜର ଆସିଛନ୍ତି । ମହିଳାଙ୍କର ଫରଫମାନ୍ସ ଉପରେ ଏବେ ପ୍ରଶ୍ମ ଉଠାଇଛି । ଯାହାକୁ ପାକିସ୍ତାନରେ 'ଆପତ୍ତିଜନକ' କୁହାଯାଉଛି।

wp:html /wp:html

ଶୁକ୍ରବାର ଦିନ ପେଶୱାରର ଏକ ଘରୋଇ ମେଡିକାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଗାୟିକା ଗୀତ ଗାଇବା ସହିତ ନାଚୁଥିବାର ମଧ୍ୟ ନଜର ଆସିଥିଲରେ। କାହିଁକି ନା ତାଙ୍କ ଡ୍ୟାନ୍ସ ଷ୍ଟେପ୍‌ ଅତି ଅଶ୍ଲୀଳ ଢଙ୍ଗରେ ଦର୍ଶାଯାଇଥିଲା। ଯାହାକୁ ନେଇ ଖୁବ୍‌ ହଙ୍ଗାମା ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଘରୋଇ ବିଶ୍ୱବିଦ୍ୟାଳୟକୁ ନୋଟିସ ଜାରି କରାଯାଇଛି। ନୋଟିସରେ କୁହାଯାଇଛି, 'କେଏମୟୁ ର ଲୋଗୋ ଏବଂ ନାମ ଥିବା ଏକ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିବା ଆପତ୍ତିଜନକ।

wp:html /wp:html

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଖାଇବର ମେଡିକାଲ ୟୁନିଭରସିଟି ଏହାର ବିଜ୍ଞପ୍ତିରେ ଘରୋଇ ବିଶ୍ୱବିଦ୍ୟାଳୟକୁ ତିନି ଦିନ ମଧ୍ୟରେ ଜବାବ ଦେବାକୁ କହିଛି। ଏହା ମଧ୍ୟ କୁହାଯାଇଛି ଯେ ପ୍ରତିକ୍ରିୟାଶୀଳ ନହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମୟରେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ସେୟାର କରାଯାଉଛି । ଏହା ବ୍ୟତୀତ ମହିଳାଙ୍କୁ ୱେଷ୍ଟର୍ଣ୍ଣ ଡ୍ରେସ୍‌ ଏବଂ ଡ୍ୟାନ୍ସକୁ ନେଇ ନେଟେନିଜେନ୍ସ ରାଗିଛନ୍ତି। ଜଣେ ୟୁଜର୍ସ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଖୁବ୍ ଶୀଘ୍ର କୁଳପତିଙ୍କୁ ହଟାଇ ଦିଆଯିବ । କେପି, ଏନସିଏସ୍ ବିଶ୍ୱବିଦ୍ୟାଳୟ ପେଶୱାରରେ ଏହାକୁ ବରଦାସ୍ତ କରାଯିବ ନାହିଁ। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ଏହା ଲଜ୍ଜାଜନକ ଏବଂ ଇସଲାମରେ ଏହା ପାଇଁ କୌଣସି ସ୍ଥାନ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.