ଆର୍ଥିକ ସଂକଟ ଭିତରେ ପରମାଣୁ ମିଶାଇଲ ପରୀକ୍ଷଣ କରିବ ପାକିସ୍ତାନ, ଆରବ ସାଗରରେ ଘୋଷଣା କଲା ନୋ ଫ୍ଲାଇଙ୍ଗ ଜୋନ

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟର ସାମନା କରୁଥିବା ପାକିସ୍ତାନ ଦୀର୍ଘ ଦୂରଗାମୀ ଘାତକ ପରମାଣୁ ମିଶାଇଲର ପରୀକ୍ଷଣ ଜାନୁଆରୀ ୫-୬ ମଧ୍ୟରେ କରିପାରେ । ଏଥିପାଇଁ ପାଇଁ ଆଲର୍ଟ ଜାରି କରାଯାଇଛି । ଏଥିରେ ଏହି ମିଶାଇଲକୁ ଆରବ ସାଗରରେ ପରୀକ୍ଷଣ ନେଇ ସୂଚନା ଦିଆଯାଇଛି । ଜାନୁଆରୀ ୫-୬ ମଧ୍ୟରେ ଆବର ସଗାରରେ ହେବାକୁ ଥିବା ଏହି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପାକିସ୍ତାନ ସରକାର ମିଶାଇଲ ପରୀକ୍ଷଣର ଏହି ନିଷ୍ପତ୍ତି ଏପରି ଏକ ସମୟରେ ନେଇଛି, ଯେତେବେଳେ ଭାରତ କିଛି ଦିନ ପୂର୍ବେ ବ୍ରହ୍ମୋସ ମିଶାଇଲର ଅଧିକ ଉନ୍ନତ ଭର୍ସନର ସଫଳ ପରୀକ୍ଷଣ କରିଥିଲା ।

ରିପୋର୍ଟ ଅନୁସାରେ, ପାକିସ୍ତାନର ଏହି ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ୧୬୫୦ କିଲୋମିଟର ରହିବା ଅନୁମାନ କରାଯାଉଛି । ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ମିଶାଇଲ ନାଁ ସ୍ପଷ୍ଟ ହୋଇ ନାହିଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁମାନ ଏହା ପାକିସ୍ତାନର ଶାହୀନ କିମ୍ୱା ଅବାବିଲ ମିଶାଇଲ ହୋଇପାରେ । ଏହି ଦୁଇ ମିଶାଇଲ ପରମାଣୁ ବୋମା ନେବାରେ ସକ୍ଷମ । ଦାବି କରାଯାଉଛି ଯେ ଅବାବିଲ ମିଶାଇଲର ସର୍ବାଧିକ ଲକ୍ଷ୍ୟଭେଦ କ୍ଷମତା ୨୨୦୦ କିଲୋମିଟର ଯାଏ ରହିପାରେ ।

ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଭାରତୀୟ ବାୟୁସେନା ଆକାଶରୁ ପ୍ରେକ୍ଷିପତ ବ୍ରହ୍ମୋସ ମିଶାଇଲର ଉନ୍ନତ ଭର୍ସନର ସଫଳ ପରୀକ୍ଷଣ କରିଥିଲା । ଏହାକୁ ଏସୟୁ-୩୦ ଏମକେଆଇ ବିମାନରୁ ଏକ ଜାହାଜକୁ ଟାର୍ଗେଟ କରାଯାଇଥିଲା । ଏହା ପୂର୍ବରୁ ଭାରତ ଆଣବିକ ଶକ୍ତି ସମ୍ପନ୍ନ ଅଗ୍ନି ୫ ବାଲେଷ୍ଟିକ୍ ମିଶାଇଲର ସଫଳ ପରୀକ୍ଷଣ କରିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.