LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚାହିଁ ରହିଛି ପାକିସ୍ତାନ, ସେପଟେ ଶ୍ରୀଲଙ୍କାକୁ ୩ ବିଲିୟନ ଡଲାର ଦେଲା IMF

21/03/2023 at 5:20 PM

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ତିନି ବିଲିୟନ ଡଲାରର ରିଲିଫ୍ ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛି। ଶ୍ରୀଲଙ୍କା ଏହି ରିଲିଫ ପ୍ୟାକେଜ୍‌କୁ ପ୍ରଶଂସା କରି ଏହାକୁ ଐତିହାସିକ ଦର୍ଶାଇଛି। ଯେଉଁ ସମୟରେ ଶ୍ରୀଲଙ୍କାକୁ ଆଇଏମଏଫ ଆର୍ଥିକ ସହାୟତା ପ୍ରଦାନ କରୁଛି ସେହି ସମୟରେ ପାକିସ୍ତାନ ଏହି ବୈଶ୍ଵିକ ସଂସ୍ଥାଠୁ ଋଣ ନେବାକୁ ଡହଳ ବିକଳ ହେଉଛି। କିନ୍ତୁ ଅଦ୍ୟାବଧି ଋଣ ମିଳିବାର କୌଣସି ସକରାତ୍ମକ ସଙ୍କେତ ଆଇଏମଏଫଠୁ ମିଳିନାହିଁ।

ସଂପ୍ରତି ଶ୍ରୀଲଙ୍କା ବହୁତ ମୁସ୍କିଲ ପରିସ୍ଥିତି ଦେଇ  ଗତି କରୁଛି। ଦେଶ ଆର୍ଥିକ ତଥା ମାନବୀୟ ସଙ୍କଟର ସାମ୍ନା କରୁଛି। ଶ୍ରୀଲଙ୍କା ପକ୍ଷରୁ ନିଜ ବୟାନରେ କୁହାଯାଇଛି ଯେ, ଆଇଏମଏଫର କାର୍ଯ୍ୟକାରୀ ବୋର୍ଡ ନିଜର ବିସ୍ତାରିର ମୁଦ୍ରା କୋଷ ଆଧାରରେ ୩ ବିଲିୟନ ଡଲାରର ପାଣ୍ଠିକୁ ସୋମବାର ସ୍ଵୀକୃତି ଦେଇଛି।

ବିବୃତିରେ କୁହାଯାଇଛି ଇଏଫଏଫ ସମର୍ଥିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଶ୍ରୀଲଙ୍କାର ବ୍ୟାପକ ଆର୍ଥିକ ସ୍ଥିରତା ଏବଂ ଋଣ ପ୍ରବାହକୁ କାଏମ ରଖିବା। ଗରିବ ଏବଂ ଦୁର୍ବଳ ଲୋକଙ୍କ ଉପରେ ଅର୍ଥିକ ପ୍ରଭାବକୁ କମ କରିବା, ବିତ୍ତୀୟ ସ୍ଥିରତାରେ ସନ୍ତୁଳନ ରକ୍ଷା କରିବା ଏବଂ ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଆଇଏମଏଫର ଲକ୍ଷ୍ୟ।

ଏହା ମଧ୍ୟ କୁହାଯାଇଛି କାର୍ଯ୍ୟକାରୀ ବୋର୍ଡର ନିର୍ଣ୍ଣୟରୁ ୩୩.୩ କୋଟି ଡଲାରର ତତ୍କାଳ ସହାୟତ ସମ୍ଭବ ହୋଇ ପାରିବ। ଆଉ ଅନ୍ୟ ବିକାଶମୂଳକ କାମ ପାଇଁ ଆର୍ଥିକ ସହାୟତାର ପଥ ପରିଷ୍କାର ହୋଇଯିବ। ଏହା ଶ୍ରୀଲଙ୍କା ପରିବର୍ତ୍ତନ ପାଇଁ ଏକ ଐତିହାସିକ କ୍ଷଣ। କାରଣ ଶ୍ରୀଲଙ୍କା ସରକାର ବୃହତ ଆର୍ଥିକ ସ୍ଥିରତା ଏବଂ ଋଣ ବହନ ପ୍ରକ୍ରିୟାକୁ ଜାରି ରଖିବାକୁ ଚାହୁଁଛନ୍ତି।

ଆଇଏମଏଫ ଶ୍ରୀଲଙ୍କାକୁ ଏହି ଆର୍ଥିକ ସହାୟତା ସେହି ସମୟରେ ପ୍ରଦାନ କରୁଛି ଯେଉଁ ସମୟରେ ଭାରତର ଅନ୍ୟ ପଡୋଶୀ ଦେଶ ପାକିସ୍ତାନ ୬.୫ ବିଲିୟନ ଡଲାରର ଋଣ ନେବା ପାଇଁ  ଆଇଏମଏଫର ଦ୍ଵାରସ୍ଥ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ଆଇଏମଏଫ ତରଫରୁ ପାକିସ୍ତାନକୁ କୌଣସି ସକରାତ୍ମକ ସଙ୍କେତ ମିଳିନାହିଁ।

   Related Posts