Asia Cup: ରିଜଓ୍ଵାନ ଏବଂ ଫକର ଜମାନଙ୍କ  ଅର୍ଦ୍ଧଶତକ, ହଂକଂକୁ ୧୯୪ ରନ ଟାର୍ଗେଟ୍ ଦେଲା ପାକିସ୍ତାନ

Published By : Prameya-News7 Bureau | September 02, 2022 IST

ସାରଜା: ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏସିଆ କପ୍‌ର କର ବା ମର ମୁକାବିଲାରେ ପାକିସ୍ତାନ ହଂକଂ ବିପକ୍ଷରେ ବଡ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ପାକିସ୍ତାନ ୨ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ଏହି ମ୍ୟାଚ୍ ଜିତି ସୁପର ୪ରେ ପହଞ୍ଚିବାକୁ ହେଲେ ହଂକଂକୁ ୧୯୪ ରନ କରିବାକୁ କରିବାକୁ ପଡିବ। ମହମ୍ମଦ ରିଜଓ୍ବା ୫୭ ବଲରୁ ୬ ଚୌକା ଏବଂ ୧ ଛକା ବଳରେ ଅପରାଜିତ ୭୮ ରନର ବଡ ଇନିଂସ ଖେଳିଥିବା ବେଳେ ଫକର ଜମାନ ୪୧ ବଲ୍‌ରୁ ୫୩ ରନ କରିଛନ୍ତି। ଖୁସଦିଲ ଶାହଙ୍କ ମାତ୍ର ୧୫ ବଲରୁ ୫ ଛକା ସହ ୩୫ ରନର ବିସ୍ଫୋରକ ବ୍ୟାଟିଂ ବଳରେ ଏହି ସ୍କୋର କରି ପାରିଛି ପାକିସ୍ତାନ। ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୬ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ଅଧିନାୟକ ବାବର ଆଜମ ୯ ରନ କରି ସଅଳ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ର ବିଜେତା ସେପ୍ଟେମ୍ବର ୪ରେ ଭାରତକୁ ଭେଟିବ.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.