ପାକିସ୍ତାନ ଏଟିଏମରୁ ବାହାରୁନି ଟଙ୍କା, ପେଟ୍ରୋଲ ପମ୍ପରେ ମିଳୁନି ତେଲ, ଆଉ ୨ ମାସରେ ପାଲଟିଯିବ ଶ୍ରୀଲଙ୍କା

Published By : Prameya-News7 Bureau | May 28, 2022 IST

ଇସ୍ଲାମାବାଦ ୨୮।୫: ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇଆ ହିଁ ହେଲା। ଏବେ ଶ୍ରୀଲଙ୍କା ପରିସ୍ଥିତିକୁ ଚାଲିଯାଇଛି ପାକିସ୍ତାନ। ପେଟ୍ରୋଲ ପମ୍ପରେ ତୈଳ ମିଳୁନଥିବା ବେଳେ ଏଟିଏମରୁ ଆଉ ଟଙ୍କା ବାହାରୁନି। ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାର ଏତେ ହ୍ରାସ ହୋଇଛି ଯେ ପେଟ୍ରୋଲ, ଡିଜେଲ ଓ ଅନ୍ୟ ଅତ୍ୟାବସକୀୟ ସାମଗ୍ରୀ ଆମଦାନୀ ଲାଗି ମାତ୍ର ୨ ମାସର ଅର୍ଥ ସଞ୍ଚିତ ଅଛି। ଏତକ ସରିଗଲେ ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ଭଳି ରାଜରାସ୍ତାକୁ ଚାଲି ନ ଆସିବ ତାହା କହି ହେଉ ନାହିଁ।

{"id":635582,"width":842,"height":523,"sizeSlug":"full","linkDestination":"none"}

ଗୁରୁତର ଆର୍ଥିକ ସଂକଟରେ ପାକିସ୍ତାନର ନୂଆ ଶାହବାଜ ସରିଫ ସରକାର ଗୁରୁବାର ଥରକେ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ମହଙ୍ଗା କରିଦେଇଛନ୍ତି।  ଫଳରେ ପାକିସ୍ତାନ ପେଟ୍ରୋଲ ପମ୍ପମାନଙ୍କରେ ଆଉ  ପେଟ୍ରୋଲ ଡିଜେଲ ମିଳୁ ନାହିଁ। ଡଲାର ତୁଳନାରେ ପାକିସ୍ତାନି ରୁପିର ମୂଲ୍ୟ ୨୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୮୦ ଟଙ୍କା ହୋଇଯାଇଛି। ସରକାରଙ୍କ ଭୁଲ ରାଜନୈତିକ ନିଷ୍ପତ୍ତିର ପରିଣାମ ଏବେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି।

{"id":635583,"sizeSlug":"full","linkDestination":"none"}

ଗତ କିଛି ମାସ ହେଲା ପାକିସ୍ତାନର ଅସ୍ଥିର ରାଜନୈତିକ ପରିବେଶ, ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ପିତି ବୃଦ୍ଧି ନୂଆ ସଂକଟର କାରଣ ପାଲଟିଛି। ପାକିସ୍ତାନର ନୂଆ ସରକାର ସଂକଟ ସମାଧାନ ଲାଗି ପୂର୍ଣ୍ଣମାତ୍ରା ଉଦ୍ୟମ ଜାରି ରଖିଛନ୍ତି। ହେଲେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ଖସି ଖସି ଚାଲିବା ସହ ୧ ଡଲାର ୨୦୦ ପାକିସ୍ତାନୀ ମୁଦ୍ରାକୁ ପହଞ୍ଚିବା ପରିସ୍ଥିତିକୁ ଉଦବେଗଜନକ କରିଛି। ଏଣୁ ସରକାର ଉଦ୍ୟମ ଜାରି ରଖିଥିଲେ ବି ଏହାର ଫଳାଫଳ ଦେଶରେ ଦେଖା ଯାଉ ନାହିଁ।

{"id":635584,"sizeSlug":"full","linkDestination":"none"}

ନଗଦ ସମସ୍ୟାର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୈଦେଶି ମୁଦ୍ରା ଭଣ୍ଡାର ଚଳିତମାସରେ ୧୦.୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏଥିରୁ ପାକିସ୍ତାନ ନିକଟରେ  ଏବେ ମାତ୍ର ୨ମାସ ନିମନ୍ତେ  ପେଟ୍ରୋଲ, ଡିଜେଲ ଓ ଜରୁରି ସାମଗ୍ରୀ ଆମଦାନୀ ଲାଗି ବୈଦେଶିକ ମୁଦ୍ରା ମହଜୁଦ ଥିବା ଜଣାପଡିଛି।  ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ୧୮୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୭୪ ଟଙ୍କା ଓ କିରୋସିନ ୧୫୬ ଟଙ୍କା ଦରରେ ବିକ୍ରି ହେଉଛି।  ଫଳରେ ଅନ୍ୟ ଅତ୍ୟାଶକୀୟ ସାମଗ୍ରୀର ମୂଲ୍ୟ ଦେଶରେ କଣ ଥିବା ତାହା ସହଜରେ ଅନୁମାନ କରାଯାଇପାରେ। ଇସ୍ଲାମାବାଦରେ ଏବେ ଲୋକେ ପଟେ ରୁଟି ଲାଗି ଡହଳବିକଳ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.