ପାକିସ୍ତାନରେ ପୁଣି ମନ୍ଦିରରେ ଭଙ୍ଗାରୁଜା, ଭଗବାନ ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 02, 2020 IST

କରାଚୀ, ୦୨୧୧:    ପାକିସ୍ତାନରେ ଦିନକୁ ଦିନ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ଧରି ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ କିଛି ଦୁର୍ବୃତ୍ତ ଟାର୍ଗେଟ୍ କରିଛନ୍ତି । ଏହାମଧ୍ୟରେ ସୋମବାର ଦେଶର ଆର୍ଥିକ ରାଜଦାନୀ କରାଚୀରେ  କିଛି କଠୋରପନ୍ଥୀମାନେ ଏକ ପ୍ରଚୀନ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ।

କେବଳ ମନ୍ଦିରରେ ଭଙ୍ଗାରୁଜା ନୁହେଁ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ମଧ୍ୟ କଠୋରପନ୍ଥୀମାନେ ଭାଙ୍ଗି ଦେଇଛନ୍ତି । ଏପରିକି ଜଣେ ହିନ୍ଦୁ ବାଳକ ଉପରେ ସେମାନେ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରି ଏପରି କାଣ୍ଡ ଭିଆଇଛନ୍ତି ।

ଏହି ଘଟଣାକୁ ନେଇ ପାକ୍ ହିନ୍ଦୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, କଠୋରପନ୍ଥୀମାନେ ଯେଉଁ ଅଭିଯୋଗ ଲଗାଇଛନ୍ତି ତାହା ମିଛ । ସେମାନଙ୍କୁ କିଛି ଅସାମାଜିକ ବ୍ୟକ୍ତି ନିର୍ଯାତନା ଦେଉଛନ୍ତି । ସୂଚନାଯୋଗ୍ୟ, ଏହା ହେଉଛି ଗତ ୨୦ ଦିନ ମଧ୍ୟରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାର ତୃତୀୟ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.