ଭାରତୀୟ ବାୟୁସୀମା ଡେଇଁ ଭିତରକୁ ପଶି ଆସିଲା ପାକିସ୍ତାନୀ ହେଲିକପ୍ଟର୍

Published By : Prameya-News7 Bureau | September 30, 2018 IST

ଜାମ୍ମୁ;୩୦/୦୯-ଭାରତୀୟ ବାୟୁସୀମା ଡେଇଁ ଭିତରକୁ ପଶି ଆସିଲା ପାକିସ୍ତାନୀ ହେଲିକପ୍ଟର୍ । ଆଜି ମଧ୍ୟାହ୍ନ ୧୨ଟା ୧୦ ବେଳେ ଏକ ପାକିସ୍ତାନୀ ଧଳା ହେଲିକପ୍ଟର୍ ଜାମ୍ମୁ-କାଶ୍ମୀର ପୁଞ୍ଚ୍ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଘଂନ କରିଥିବା ଦେଖିବାକୁ ମିଳିଛି । ଗୁଲପୁର୍ ଏରିଆରେ ପାଖାପାଖି ୩ ଶହ ମିଟର ଭାରତ ଆଡ଼କୁ ପଶି ଆସିଥିଲା ହେଲିକପ୍ଟରଟି । ତେବେ ସୀମାରେ ମୁତୟନ ଥିବା ବାୟୁସେନାର ସେଣ୍ଟ୍ରିମାନେ, ହେଲିକପ୍ଟରକୁ ଦେଖିବା କ୍ଷଣି ମୃଦୁ ଫାୟାରିଂ କରିଥିଲେ । ୩-୪ ଥର ଚକ୍କର ମାରିବା ପରେ ହେଲିକପ୍ଟରଟି ପାକିସ୍ତାନ ଆଡ଼କୁ ଚାଲି ଯାଇଛି । ଆତଙ୍କବାଦ ପ୍ରସଙ୍ଗ ନେଇ ଜାତିସଂଘ ସାଧାରଣ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ପାକିସ୍ତାନକୁ ତୀବ୍ର ସମାଲୋଚନା କରିବାର ଦିନକ ପରେ ସୀମାରେ ଏଭଳି ଉଲଘଂନ ଦେଖିବାକୁ ମିଳିଛି । ତେବେ ହେଲିକପ୍ଟରଟି ପାକିସ୍ତାନର ସେନାର ନୁହେଁ ବରଂ ସିଭିଲ୍ ହେଲିକପ୍ଟର୍ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.