ଆତଙ୍କବାଦୀ ଅନୁପ୍ରବେଶ ପାଇଁ ନୂତନ ରାସ୍ତା ଖୋଜୁଛି ପାକିସ୍ତାନ, ଟାର୍ଗେଟ୍‌ରେ ଏହି ଦୁଇ ରାଜ୍ୟ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: ୨୦୨୦ରେ ପାକିସ୍ତାନ ଜାମ୍ମୁ-କାଶ୍ମୀର କିମ୍ବା ପଞ୍ଜାବ ସଂଲଗ୍ନ ସୀମାରେ ଆତଙ୍କବାଦୀଙ୍କୁ ପଠାଇବା ବ୍ୟତୀତ ଅନୁପ୍ରବେଶ ପାଇଁ ଅନେକ ମାର୍ଗ ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛି। ସୀମା ସୁରକ୍ଷା ବଳ(ବିଏସଏଫ) ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଗୁଜରାଟ ଓ ରାଜସ୍ଥାନ ସୀମାରେ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରିଛି।

ବିଏସଏଫ ଦ୍ଵାରା ଏକତ୍ରିତ ସୂଚନା ଅନୁଯାୟୀ, ଦୁଇ ରାଜ୍ୟ ସଂଲଗ୍ନ ସୀମାରେ ଅନୁପ୍ରବେଶ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ବର୍ଷ ନଭେମ୍ଵର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଗୁଜରାଟ ଓ ରାଜସ୍ଥାନ ସୀମାରେ ଆତଙ୍କବାଦୀଙ୍କ ଦ୍ଵାରା କୌଣସି ଅନୁପ୍ରବେଶ ଉଦ୍ୟମ ହୋଇନଥିଲା। ବଡ କଥା ବିଏସଏଫର କାଶ୍ମୀର ଫ୍ରଣ୍ଟିୟର ଅନୁଯାୟୀ ଗତ ବର୍ଷ ତୂଳନାରେ କେବଳ ଗୋଟିଏ ଅନୁପ୍ରବେଶ ଘଟଣା ଘଟିଛି।

କାଶ୍ମୀରରେ ବିଏସଏଫର କଡା ପ୍ରହରା  ଯୋଗୁଁ ଘାଟିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହେଉଛି। ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନ ଆତଙ୍କବାଦୀଙ୍କୁ ପଠାଇବା ଲାଗି ଅନ୍ୟ ଉପାୟ ଖୋଜୁଛି। ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଚଳିତ ବର୍ଷ ଗୁଜରାଟ ଓ ରାଜସ୍ଥାନ ସୀମାରେ ଅନୁପ୍ରବେଶ ଉଦ୍ୟମ ଦେଖିବାକୁ ମିଳିଛି। ଗତ ବର୍ଷ ଏହି ଅବଧିରେ ଏମିତି କୌଣସି ଘଟଣା ଦେଖିବାକୁ ମିଳିନଥିଲା।

ଅଧିକାରୀଙ୍କ ଅନୁସାରେ ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ସୀମାରେ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ୧୧ ଅନୁପ୍ରବେଶ ଘଟଣା ହୋଇଥିଲା। ଚଳିତ ବର୍ଷ ଜାମ୍ମୁ ଓ ପଞ୍ଜାବ ସୀମାରେ ସର୍ବାଧିକ ୪-୪ ଥର ଅନୁପ୍ରବେଶ ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.