ପାକିସ୍ତାନ ହାଲତ ଖରାପ: ଲିଟର ପ୍ରତି ୩୫ ଟଙ୍କା ବଢ଼ାଇଲା ପେଟ୍ରୋଲ ଓ ଡିଜେଲ ଦର

Published By : Prameya-News7 Bureau | January 29, 2023 IST

ନୂଆଦିଲ୍ଲୀ: କରୋନା ମାଡ଼ରେ ପାକିସ୍ତାନରେ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ପରେ ୨୦୨୨ରେ ଆସିଥିବା ବନ୍ୟା ଦେଶକୁ ଏକପ୍ରକାର ଧୋଇ ନେଇଗଲା। ବନ୍ୟା ପରେ ଦେଶର ସବୁ ଛୋଟମୋଟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଯାଇଛି। ଖାଇବା ପାଇଁ ଲୋକେ ଆଉଟୁପାଉଟୁ।

ଏଭଳି ସ୍ଥିତିରେ ପାକିସ୍ତାନ ସରକାର ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ବଢାଇଛନ୍ତି। ଲିଟର ପ୍ରତି ୩୫ ଟଙ୍କା ପାକିସ୍ତାନ ମୁଦ୍ରା ମୂଲ୍ୟ ବଢ଼ାଇଛନ୍ତି ଶେହେବାଜ ସରିଫ ସରକାର।

ନିକଟରେ ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ୧୨ ପ୍ରତିଶତ ମୂଲ୍ୟ ହ୍ରାସ କରିଥିଲା। ପ୍ରାଇସ୍ କ୍ୟାପ୍‌ ହଟାଇବା ପରେ ହଠାତ୍ ପାକିସ୍ତାନ ମୁଦ୍ରାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା। ମୁଦ୍ରାର ଏଭଳି ସ୍ଥିତି ପରେ ପେଟ୍ରୋଲ ଓ ଡିଜେଲ୍ ପ୍ରାଇସ ବଢ଼ାଇଛି ପାକିସ୍ତାନ।

ବିଶ୍ୱ ବଜାରର ଇନ୍ଧନ କିଣିବାକୁ ଅଧିକ ମୂଲ୍ୟ ପଡ଼ୁଛି। ତେଣୁ ତୈଳ କମ୍ପାନୀଗୁଡ଼ିକ ମୂଲ୍ୟ ବଢାଇବାକୁ ଦାବି କରିଆସୁଥିଲେ। ଏଥିପାଇଁ ତେଲ ମୂଲ୍ୟ ବଢ଼ିଛି ବୋଲି ପାକିସ୍ତାନ ଅର୍ଥମନ୍ତ୍ରୀ ଇଶକ ଦାର କହିଛନ୍ତି।  

କିଛିଦିନ ପୂର୍ବ ପାକିସ୍ତାନ ଅର୍ଥମନ୍ତ୍ରୀ ଦେଶର ଦୂରାବସ୍ଥା ପାଇଁ ଅଲ୍ଲାହଙ୍କୁ ଧାୟୀ କରିଥିଲେ। ପାକିସ୍ତାନ ଅବନୀତ ଓ ଉନ୍ନତୀରେ ଆଲ୍ଲାହ ହିଁ ଉତ୍ତରଦାୟୀ ବୋଲି ଦାର କହିଥିଲେ। ଏହାପରେ ତାଙ୍କ ବୟାନକୁ ନେଇ ଚାରିଆଡ଼େ ଖବର ପ୍ରକାଶ ପାଇଥିଲା। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଏଭଳି ବୟାନକୁ ନେଇ ଖବର ପ୍ରକାଶ ପାଇଥିଲା। ଦାର କହିଥିଲେ “ଯଦି ଆଲ୍ଲା ପାକିସ୍ତାନ ତିଆରି କରିପାରେ ତେବେ ସେ ଏହାର ସୁରକ୍ଷା, ବିକାଶ ଏବ ସମୃଦ୍ଧି କରିପାରିବ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.