Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ପେଟ୍ରୋଲ୍-ଡିଜେଲ୍ ବଞ୍ଚାଇବାକୁ ପାକ୍ ସରକାରଙ୍କ ନୂଆ ଫଣ୍ଡା, ଅଫିସ୍‌ରେ ୪ ଦିନ କାମ, ୩ ଦିନ ଛୁଟି

24/05/2022 at 9:53 AM

ଇସଲାମାବାଦ ୨୪।୫: ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଚିନ୍ତା କମ୍ ହେବା ଜାଗାରେ ବଢିବାରେ ଲାଗିଛି । ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ସମସ୍ୟା ଆହୁରି ବଢାଇ ଦେଇଛି । ଅନେକ ଚେଷ୍ଟା ସତ୍ତ୍ବେ କୌଣସି ବାଟ ଫିଟୁନାହିଁ । ଏବେ ଏହି ସଙ୍କଟ ସହ ଲଢିବା ପାଇଁ ପାକିସ୍ତାନ ସରକାର ଭିନ୍ନ ଚେଷ୍ଟା ଜାରି ଆରମ୍ଭ କରିଛି । ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟ ଦିବସ କମ୍ କରିବାକୁ ପ୍ଲାନ୍ କରିଛନ୍ତି ।

ପାକିସ୍ତାନର ଏକ ଖବରକାଗଜ ରିପୋର୍ଟ ଅନୁସାରେ ସରକାର କାର୍ଯ୍ୟ ଦିବସ କମ୍ କରିବାର ପ୍ଲାନ୍‌କୁ ମଞ୍ଜୁରୀ ଦେଇଛନ୍ତି । ସରକାରଙ୍କ ଅନୁସାରେ ଏହି ଯୋଜନା ଦ୍ବାରା ଇନ୍ଧନ ବଞ୍ଚିବା ସହ ବୈଦେଶିକ ମୁଦ୍ରାର ବ୍ୟବହାର ମଧ୍ୟ ହ୍ରାସ ପାଇବ । ଗୋଟିଏ ପଟେ ଯେଉଁଠି ପାକିସ୍ତାନରେ ତେଲର ବ୍ୟବହାର ବୃଦ୍ଧି ପାଉଛି, ଅନ୍ୟପଟେ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢୁଛି ।

ପାକ୍ ସରକାରଙ୍କ ଅନୁସାରେ କାର୍ଯ୍ୟ ଦିବସ କମ୍ କରି ପେଟ୍ରୋଲ-ଡିଜେଲ ବଞ୍ଚାଇବାର ଯୋଜନା ଦ୍ବାରା ବାର୍ଷିକ୨.୭ ଅରବ ଡଲାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହା ଫଳରେ ଅଫିସ୍‌ରେ ଏବେ କେବଳ ୪ଦିନ କାମ କରିବା ଏବଂ ୩ ଦିନ ଛୁଟି ଦେବାକୁ କୁହାଯାଇଛି । ଏହି ପ୍ଲାନିଂ ଫଳରେ ପିଓଏଲ ସଞ୍ଚୟ ମାସକୁ ହାରାହାରି ୧୨.୨ କୋଟି ହେବ ବୋଲି ଆକଳନ କରାଯାଇଛି । ବର୍ଷକରେ ଏହା ୧.୫ ଅରବ ଡଲାର ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, କାର୍ଯ୍ୟ ଦିବସରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବା ବେଳେ ଛୁଟିଦିନରେ ଏହି ମାତ୍ର ୧୦ ପ୍ରତିଶତ ହୋଇଥାଏ ।

   Related Posts