LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ

30/03/2023 at 7:55 AM

ମୁମ୍ଵାଇ ୩୦।୦୩: ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ୱିଟର ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଛି। ଟ୍ୱିଟରରେ ଜାରି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଆଇନଗତ ଦାବିରେ ବନ୍ଦ କରି ଦିଆଯାଇଛି। ଗାଇଡଲାଇନ ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ କିମ୍ବା ସରକାରୀ ଚାହିଦା ପରି ବୈଧ ଆଇନଗତ ଚାହିଦା ଉପରେ ଆକାଉଣ୍ଟକୁ ଅବରୋଧ କରିବାକୁ ପଡିବ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା, କାନାଡା ଇତ୍ୟାଦି ଅନ୍ୟ ଦେଶରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଆକ୍ଟିଭ୍‌ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କିମ୍ବା ପାକିସ୍ତାନର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଖୋଲିବା ପରେ ସେଠାରେ ଲେଖାଯାଇଛି- ଭାରତରେ ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି।

ANI ରିପୋର୍ଟ ଅନୁଯାୟୀ, ଏହା ହେଉଛି ତୃତୀୟ ଥର ପାଇଁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ଭାରତରେ ଦେଖିବାକୁ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ଜୁଲାଇ ୨୦୨୨ରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଥିଲା। ହେଲେ ପରେ ଏହା ପୁନର୍ବାର ଦେଖାଯିବା ଆରମ୍ଭ କରିଥିଲା।

ଗତ ବର୍ଷ ଜୁନ୍ ମାସରେ ଟ୍ୱିଟର ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ସରକାରୀ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଥିଲା। ଏହା ସହିତ ଭାରତ ପାକିସ୍ତାନରେ ଚାଲୁଥିବା ଅନେକ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଓ ଫେସ୍‌ବୁକ ଆକାଉଣ୍ଟ ଉପରେ ବି ଭାରତ ବିରୋଧୀ ମିଥ୍ୟା ତଥ୍ୟ ପ୍ରସାରଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା।  

   Related Posts