ପାକିସ୍ତାନକୁ ମୁହଁତୋଡ଼ ଜବାବ ପରେ ଲଣ୍ଡନରୁ ଫେରିଲେ ନବାଜ୍ ସରିଫ୍; ଭାଇଙ୍କୁ ଦେଲେ ଶାନ୍ତି ପରାମର୍ଶ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢ଼ୁଛି । ଗତକାଲି ପ୍ରଚଣ୍ଡ ପ୍ରହାର ପରେ ମାଟି କାମୁଡ଼ିପଡ଼ିଛି ପଡ଼ୋଶୀ ଦେଶ । ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସହରକୁ ଟାର୍ଗେଟ୍ କରି ମିସାଇଲ୍ ଆଟାକ୍ କରିଛି । ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏହି ଉତ୍ତେଜନା ଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ୍ ସରିଫ୍ ନିଜ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଶାନ୍ତି ରକ୍ଷା କରିବାକୁ କହିଛନ୍ତି । 

ବଢ଼ୁଥିବା ସଂକଟକୁ କମ୍ କରିବା ପାଇଁ ନବାଜ ସରିଫ୍ ଭାଇ ଶହବାଜଙ୍କୁ ପରମର୍ଶ ଦେଇଛନ୍ତି । କୂଟନୈତିକ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଜୋର୍ ଦେଇଛନ୍ତି । ପାକିସ୍ତାନ ନ୍ୟୁଜ୍ ପୋର୍ଟାଲ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଏ ବାବଦରେ ସୂଚନା ଦେଇଛନ୍ତି । ଓ୍ବେବ୍ ପୋର୍ଟଲ୍ ଅନୁଯାୟୀ, ନବାଜ୍ ସରିଫ୍ ନିଜ ଭାଇ ଶହବାଜଙ୍କୁ ସଂକଟ ବେଳେ ସହାଯ୍ୟ କରିବାକୁ ଲଣ୍ଡନରୁ ପାକିସ୍ତାନ ଫେରିଛନ୍ତି । 

ଶାନ୍ତି ଚାହୁଁଛନ୍ତି ନବାଜ୍ ସରିଫ୍:

  • ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ୍ ସରିଫ୍ ଭାରତ ସହିତ ଶାନ୍ତି ରକ୍ଷା କରିବା ପାଇଁ ପିଏମଏଲ-ଏନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କୂଟନୈତିକ ଓ ରାଜନୈତିକ ଶକ୍ତି ପ୍ରୟୋଗ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ସମସ୍ୟାର ସମାଧାନ କରିବାକୁ କହିଛନ୍ତି । କାର୍ଗିଲ୍ ଓ୍ବାର ହାରିଥିବା ସରିଫ୍ ଜାଣିଛନ୍ତି ଭାରତ ଶକ୍ତି କେତେ, ତେଣୁ ନିଜ ଭାଇ ଶହବାଜ ସରିଫଙ୍କୁ ବୁଝେଇବାକୁ ପ୍ରୟାସ କରିଛନ୍ତି ।
  • ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ କହିଥିଲେ ଯେ, ୧୯୯୯ କାର୍ଗିଲ୍ ଯୁଦ୍ଧକୁ ତାଙ୍କ ସରକାର ବିରୋଧ କରିବାକୁ ତାଙ୍କୁ ଗାଦିରୁ ହଟାଇ ଦିଆଯାଇଥିଲା । ଦି ନ୍ୟୁଜ୍ ଇଣ୍ଟର ନ୍ୟାସନାଲ ଅନୁସାରେ ନବାଜ୍ କହିଛନ୍ତି, ପିଏମଏଲ-ଏନ ସବୁବେଳେ ଦେଶକୁ ପ୍ରଗତି ପ୍ରଥରେ ନେବାକୁ ଚେଷ୍ଟା କରୁଥିଲା, ହେଲେ  ପ୍ରତିଥର ତାଙ୍କୁ ଶାସନ କ୍ଷମତାକୁ ହଟାଇ ଦିଆଯାଇଛି ।   
  • ୧୯୯୯ ଅକ୍ଟୋବର ୧୨ତାରିଖରେ ନବାଜ୍ ସରିଫ ସରକାରକୁ ହଟାଇ ଦିଆଯାଇଥିଲା । ଏହାକୁ ସେ ଗତ ବର୍ଷ ସ୍ବୀକାର ମଧ୍ୟ କରିଛନ୍ତି ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ । ଏହାଛଡା ସେ କହିଛନ୍ତି ୧୯୯୯ରେ ପାକିସ୍ତାନ ଭାରତ ସହିତ ଚୁକ୍ତି ଉଲ୍ଲଙ୍ଘନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.