ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଝଟକା । ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍ ଦଣ୍ଡ । ଏହାଛଡ଼ା ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି କୋର୍ଟ । ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ । କୋର୍ଟଙ୍କ ରାୟ ପରେ ଇସଲାମାବାଦ ପୋଲିସ ପିଟିଆଇ ମୁଖ୍ୟଙ୍କୁ ଗିରଫ କରିଛି ।

ସେପଟେ ଉତ୍ତେଜନ ପାଇଁ ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାର୍କ ରୋଡରେ ଯାତାୟତ ବନ୍ଦ କରି ଦିଆଯାଇଛି । ସମର୍ଥକମାନେ କୌଣସି ପ୍ରକାର ପ୍ରଦର୍ଶନ କଲେ ତୁରନ୍ତ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ରହିଛି । ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଇମ୍ରାନ । ସେଠାରୁ ବିଫଳତା ମିଳିବା ପରେ ପାକ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ  ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରିଥିଲେ । ଏବେ ତିନି ବର୍ଷ ୩ବର୍ଷ ଜେଲ୍ ଯିବେ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.