ନୂଆଦିଲ୍ଳୀ, ୧୬/୧୨: ଅନ୍ତର୍ଜାତୀୟ ମଞ୍ଚରେ ସୀମା ଟପିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଜରଦାରୀ ଭୁଟ୍ଟୋ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଟାର୍ଗେଟ କରିଛନ୍ତି। ଗୁରୁବାର ନ୍ୟୁୟର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଲାବଲ ସବୁ ସୀମା ଟପିଛନ୍ତି।
ଭାରତର ବିଦେଶ ମନ୍ତ୍ରୀଙ୍କ ୯/୧୧ ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଦେନଙ୍କୁ ଆଶ୍ରୟ ଦେବା ଟିପ୍ପଣୀକୁ ନେଇ ପାକିସ୍ତାନ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି, ’ମୁଁ ଭାରତକୁ କହିବାକୁ ଚାହୁଛି ଓସାମା ବିନ୍ ଲାଦେନ ମରିସାରିଛି କିନ୍ତୁ ଗୁଜରାଟର କଂସେଇ ଏବେ ବଞ୍ଚିଛି ଆଉ ଭାରତର ପ୍ରଧାନମନ୍ତ୍ରୀ ଅଛି’। ଆଉ ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି। ବିଲାବଲଙ୍କ ଏହି ମନ୍ତବ୍ୟକୁ ବିରୋଧରେ ବିଜେପି ଆଜି ରାଜଧାନୀ ଦିଲ୍ଳୀରେ ପାକିସ୍ତାନ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବ।
ଜାତିସଂଘ ବୈଠକରେ ଭାଗ ନେବାକୁ ପହଞ୍ଚିଥିବା ଭୁଟ୍ଟୋ, ଏସ ଜୟଶଙ୍କରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ‘ମୋଦୀ ହେବା ପୂର୍ବରୁ ଆମେରିକା ଜୟଶଙ୍କରଙ୍କ ଆମେରିକା ପ୍ରବେଶ ଉପରେ ବ୍ୟାନ୍ ଲଗିଥିଲା। ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଉଭୟ ଭାରତର ନୁହେଁ। ଆରଏସଏସର ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ।’
ସାମ୍ବାଦିକ ସମ୍ମିଳନୀରେ ବିଲାବଲ ଆହୁରି କହିଥିଲେ ଯେ ଭାରତ ସରକାର ଗାନ୍ଧୀଙ୍କ ବିଚାରଧାରାରେ ବିଶ୍ବାସ କରିବା ବଦଳରେ ତାଙ୍କ ହତ୍ୟାକାରୀଙ୍କ ଉପରେ ବିଶ୍ବାସ କରୁଛି। ଭାରତ ସରକାର ହିଟଲରଙ୍କ ଦ୍ବାର ପ୍ରଭାବିତ। ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦକୁ ପଡ଼ୋଶୀ ଦେଶର ସହଯୋଗ ମିଳୁଛି ।