ଭାରତ-ପାକିସ୍ତାନ ମଧ୍ୟରେ ବନ୍ଦ ହେଲା ଡାକସେବା: ପ୍ରଥମ ଥର ପାଇଁ ଏହି ସେବାକୁ ବନ୍ଦ କଲା ପାକିସ୍ତାନ, ଅନ୍ୟ କୌଣସି ଯୁଦ୍ଧ ବେଳେ ଲାଗିନଥିଲା କଟକଣା

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ୨୧|୧୦: ଭାରତ ଓ ପାକିସ୍ତାନ ବିଭାଜନ ହୋଇ ଦୁଇଟି ଦେଶରେ ପରିଣତ ହେଲା। ସୀମାରେ ବାରମ୍ବାର ଗୁଳି ବର୍ଷଣ ସହ ଘନ ଘନ ଯୁଦ୍ଧ ବି ହେଲା । ଏପରିକି ଅଧିକାଂଶ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ତିକ୍ତତା ଦେଖିବାକୁ ମିଳିଥିଲା। କିନ୍ତୁ ଏତେ ଘଟଣା ଘଟିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସେବା ବନ୍ଦ ହୋଇ ନ ଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଡାକ ସେବା ଉପରେ କଟକଣା ଜାରି କରିଛି। ଅଗଷ୍ଟ ୨୭ ତାରିଖଠାରୁ ପାକିସ୍ତାନ ଓ ଭାରତ ମଧ୍ୟ ଡ଼ାକସେବା ଠପ୍‌ ହୋଇଯାଇଛି। ଡ଼ାକସେବା ଉପରେ ପାକିସ୍ତାନ ପ୍ରତିବନ୍ଧକ ଲଗାଇଛି।

ଡ଼ାକ ସେବାର ନିର୍ଦେଶକ(Director of Postal Services) ଆରଭି ଚୌଧୁରୀଙ୍କ କହିବା ଅନୁସାରେ ପାକିସ୍ତାନ ପ୍ରଥମ ଥର ଏଭଳି ପଦକ୍ଷେପ ପାକିସ୍ତାନ ନେଇଛି। ଦେଶରେ ମୋଟ୍ ୨୮ଟି ଫରେନ୍‌ ପୋଷ୍ଟ ଅଫିସ୍(FPO) ରହିଛି। କେବଳ ଦିଲ୍ଲୀ ଓ ମୁମ୍ବାଇ ଦୁଇଟି FPOsରେ ପାକିସ୍ତାନ ଯୋଡ଼ି ରହିଛି।

ପାକିସ୍ତାନ ଇଣ୍ଡିଆ ପିପୁଲ୍ସ ଫୋରମ୍‌ ଫର୍‌ ପିଇସ୍‌(Pakistan India People's Forum for Peace)ର ସଦସ୍ୟ ଜତିନ୍‌ ଦେଶାଇ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଏଭଳି କୌଣସି ନଜୀର ନାହିଁ, ଏପରିକି ୧୯୬୫ର ଯୁଦ୍ଧ ଓ କାରଗିଲ୍‌ ଯୁଦ୍ଧରେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଡ଼ାକସେବା ଚାଲିଥିଲା। ଦୁଇ ଦେଶ ମଧ୍ୟରେ ଚିଠିର ଆଦାନ ପ୍ରଦାନ ହେଉଥିଲା। ପାକିସ୍ତାନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.