LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାକିସ୍ତାନରେ ପ୍ରଥମ, ହିନ୍ଦୁ ମହିଳା ହେଲେ ଆସିଷ୍ଟାଣ୍ଟ କମିଶନର, ୨୭ ବର୍ଷରେ ରଚିଲେ କୀର୍ତ୍ତିମାନ

14/02/2023 at 1:31 PM

ଲାହୋର ୧୪।୦୨ : ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ସିଭିଲ ସର୍ଭିସ ପାସ କରିବା ପରେ ଆସିଷ୍ଟାଣ୍ଟ କମିଶନରଙ୍କ ଦାୟିତ୍ୱ ପାଇଛନ୍ତି  । ସେ ହେଉଛନ୍ତି ଡକ୍ଟର ସନା ରାମଚାନ୍ଦ ଗୁଲୱାନି । ୨୭ ବର୍ଷିୟ ସନା ୨୦୨୦ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସନାଙ୍କୁ  ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ସରକାରୀ କର୍ମଚାରୀ ମଧ୍ୟ କୁହାଯାଉଛି । ପଞ୍ଜାବ ପ୍ରଦେଶର ହାସନ ଅବଦାଲ ସହରରେ ସେ ପ୍ରଥମ ପୋଷ୍ଟିଂ ପାଇଛନ୍ତି ।

ସୂଚନା ଅନୁଯାୟୀ, ଗୁଲୱାନି ତାଙ୍କର ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ହିନ୍ଦୁ ସମ୍ପ୍ରଦାୟର ଅନେକ କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ସ୍ୱାଧୀନତା ପରଠାରୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମ୍ପ୍ରଦାୟର ସନା ହେଉଛନ୍ତି ପ୍ରଥମ ପାକିସ୍ତାନୀ ମହିଳା। ସନା ରାମଚନ୍ଦ୍ରଙ୍କ ବିଷୟରେ କହିବାକୁ ଗଲେ ସେ ସିନ୍ଧ ପ୍ରଦେଶର ଶିଖରପୁର ସହରରେ ଛୋଟରୁ ବଡ ହୋଇଥିଲେ । ଆସିଷ୍ଟାଣ୍ଟ କମିଶନ ହେବା ପୂର୍ବରୁ ତାଙ୍କ ପିତାମାତାଙ୍କ ଇଚ୍ଛାରେ ଡାକ୍ତର ହୋଇଥିଲେ ସେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସନା ରାମଚନ୍ଦ୍ର ଗୁଲୱାନି ନିଜର ପ୍ରଥମ ସଫଳତା ପାଇଁ ବହୁତ ଖୁସି ଅଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଗୁଲୱାନି କହିଛନ୍ତି ଯେ, ମୁଁ ପ୍ରଥମ କି ନୁହେଁ ଜାଣେ ନାହିଁ, କିନ୍ତୁ ମୋ ସମ୍ପ୍ରଦାୟର ଜଣେ ମହିଳା ପରୀକ୍ଷା ପାଇଁ ଆସିବା ବିଷୟରେ ମୁଁ କେବେ ଶୁଣି ନାହିଁ।

   Related Posts