ଭାରତକୁ ଡରୁଛି ପାକିସ୍ତାନ, କ୍ୟୁରେସିଙ୍କ ପରେ ଏବେ ଇମ୍ରାନ କହିଲେ- ମୋଦୀ କରି ପାରନ୍ତି ଆଉ ଏକ 'ସର୍ଜିକାଲ ଷ୍ଟ୍ରାଇକ'

Published By : Prameya-News7 Bureau | December 20, 2020 IST

ଇସଲାମାବାଦ ୨୦।୧୨: ପାକିସ୍ତାନ ସରକାର ଭାରତକୁ କେତେ ଭୟ  କରନ୍ତି ଏହା  ସେଠାକାର ବୈଦେଶିକ ମନ୍ତ୍ରୀଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବୟାନରୁ ସ୍ପଷ୍ଟ ଜଣା ପଡୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୋଟିଏ ପରେ ଗୋଟିଏ ଟ୍ଵିଟ୍ କରି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ବିରୋଧରେ ସତର୍କ କରାଇଛନ୍ତି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ଆବୁଧାବିରେ ଦାବି କରିଥିଲେ ଯେ, ତାଙ୍କ ପାଖରେ ଏହାର ପ୍ରମାଣ ରହିଛି ଯେ ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ର ଯୋଜନା କରୁଛି।

ଇମ୍ରାନ ରବିବାର ଟ୍ଵିଟ୍ କରିଛନ୍ତି ଯେ, ମୁଁ ଆନ୍ତର୍ଜାତୀୟ ସମୁଦାୟକୁ ସ୍ପଷ୍ଟ  ଭାବେ କହିବାକୁ ଚାହୁଁଛି ଯେ ଯଦି ଭାରତ ପାକିସ୍ତାନ ବିରୋଧରେ ଜାଲ ଫ୍ଲାଗ ଅପରେସନ କରେ ତେବେ ପାକିସ୍ତାନ ଦୃଢ ଇଚ୍ଛାଶକ୍ତି ସହ ଦୃଢ ଜବାବ ଦେବ। ତେଣୁ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ ପରି କୌଣସି ଭୁଲ୍ ନକରୁ।

wp:html /wp:html

କେବଳ ଏତିକି ନୁହେଁ, ଇମ୍ରାନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଯେମିତି ଯେମିତି ଭାରତର ଆଭ୍ୟନ୍ତରୀଣ ସମସ୍ୟା ବଢୁଛି ମୋଦୀ ସରକାର ସେହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ବିରୋଧରେ ନକଲି ଅଭିଯାନ ଚଳାଉଛନ୍ତି। ଇମ୍ରାନ ଖାନ ବିଶ୍ଵ ସମୁଦାୟକୁ ଚେତାବନୀ ଦେଇଛନ୍ତି ଯେ, ମୋଦୀ ସରକାର ବିଶେଷ କରି ଆର୍ଥିକ ମାନ୍ଦାବସ୍ଥା, କୃଷକ ବିରୋଧୀ ଆନ୍ଦୋଳନ ଓ କରୋନା ଭାଇରସ୍‌  ମୁକାବିଲାରେ ବିଫଳତା ଆଦି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ପାକିସ୍ତାନ ବିରୋଧରେ ନକଲି ଅଭିଯାନ ଚଳାଉଛନ୍ତି।

ଇମ୍ରାନ ପାକିସ୍ତାନ ସେନା ସହ ସ୍ଵର ମିଳାଇ ଆରୋପ ଲଗାଇଛନ୍ତି ଯେ, ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଭାରତ ସୀମାରେ ଜାତିସଂଘର ଅଧିକାରୀଙ୍କ ଗାଡି ଉପରେ ଗୁଳିମାଡ କରିଛି। ସେହି ସମୟରେ ଗାଡିରେ ମିଳିତ ଜାତିସଂଘ ଲେଖା ହୋଇଥିଲା ଏବଂ ୟୁଏନର ପତାକା ମଧ୍ୟ ଥିଲା। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଭାରତକୁ ଅନ୍ତରାଷ୍ଟ୍ରୀୟ ନିୟମର ସମ୍ମାନ ନାହିଁ। ପାକିସ୍ତାନ  ଭାରତର ଏହି ଆଭିମୁଖ୍ୟକୁ ନିନ୍ଦା କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.