ଭୟରେ ଆନନ୍ଦ ପତ୍ରୀଙ୍କୁ ଫେରାଉ ନାହିଁ ପାକିସ୍ତାନ, ରହିଛି ମୁଖା ଖୋଲି ଯିବାର ଡର : ତଥ୍ୟ ରଖିଲେ ଇଣ୍ଡିଆ ଚାପ୍ଟରର ସଦସ୍ୟ

Published By : Prameya-News7 Bureau | December 14, 2020 IST

ଭଦ୍ରକ,୧୪/୧୨: ୧୯୬୫ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ସିପାହୀ ଥିଲେ ଆନନ୍ଦ ପତ୍ରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବାସିନ୍ଦା ହେଉଛନ୍ତି ଆନନ୍ଦ । ଭାରତୀୟ ସେନା ନିଯୁକ୍ତି କେନ୍ଦ୍ର ଗୋଖେଲ ରୋଡ କୋଲକାତା ମାଧ୍ୟମରେ ଭାରତୀୟ ସେନାରେ ସେ ଯୋଗ ଦେଇଥିଲେ । ପରେ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା କାଞ୍ଚରାପଡା  ୩୧ ବେଙ୍ଗଲ ଇଞ୍ଜିନିୟରିଂ ରେଜିମେଣ୍ଟ  ଜି କମ୍ପାନୀରେ ସେ ସାମିଲ ହୋଇଥିଲେ । 1୧୯୬୧ ମସିହା ଭାରତ ଚାଇନା ଯୁଧ୍ୟ ମଧ୍ୟ ଲଢିଥିଲେ । କିନ୍ତୁ ପରେ ୧୯୬୫ ମସିହା ଭାରତ ପାକିସ୍ଥାନ ଯୁଧ୍ୟ ସମୟରୁ ଯୁଧ୍ୟ ବନ୍ଦୀ ଭାବେ ପାକିସ୍ତାନ  ଲାହୋର ସ୍ଥିତ କୋଟ – ଲୋକପାଟ କେନ୍ଦ୍ରୀୟ ଜେଲରେ ରହିଛନ୍ତି ଆନନ୍ଦ ।

୨୦୦୬ ମସିହାରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଇଣ୍ଡିଆ ଚାପ୍ଟରର ସଦସ୍ୟ ଉତ୍ପଳ ରଏ ଆନଦଙ୍କ ପୁଅ ବିଦ୍ୟାଧରଙ୍କୁ ନେଇ ୱାଘା ବର୍ଡରକୁ ଯାଇଥିଲେ । ଉତ୍ପଳ ରଏଙ୍କ କହିବା କଥା ଯେ ସେତେବେଳେ ପାକିସ୍ତାନ ହାଇକମିଶନ ଆନନ୍ଦଙ୍କୁ ଭାରତୀୟ ବାସିନ୍ଦା ଭାବେ ଫେରାଇବା ପାଇଁ କହିଥିଲା । କିନ୍ତୁ ଭାରତ ସରକାର ଆନନ୍ଦଙ୍କୁ ଯୁଧ୍ୟ ବନ୍ଦୀ ଭାବେ ଫେରାଇବା ପାଇଁ କହିଥିଲେ । କିନ୍ତୁ ପାକିସ୍ତାନ ଆନନ୍ଦଙ୍କୁ ପ୍ରତ୍ୟର୍ପଣ ପାଇଁ ମନାକରିଥିଲା । କାରଣ ଜେନେଭା ଚୁକ୍ତି ଅନୁଯାୟୀ କୌଣସି ଦେଶର ଯୁଧ୍ୟ ବନ୍ଦୀଙ୍କୁ ୧୨ ବର୍ଷ ରୁ ଅଧିକ ଦିନ ରଖା ଯାଇପାରିବ ନାହିଁ । କିନ୍ତୁ ୨୦୦୬ ମସିହା ବେଳକୁ ୧୨ ବର୍ଷରୁ ଅଧିକ ଦିନ ବିତିଯାଇଥିବାରୁ ପାକିସ୍ଥାନ ଆନନ୍ଦଙ୍କୁ ଛାଡିବା ବଦଳରେ ଫେରାଇନେଇଥିଲା ।

{"id":377163,"sizeSlug":"large","linkDestination":"none"}

କାରଣ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ  ଇଣ୍ଡିଆ ଚାପ୍ଟରର ସଦସ୍ୟଙ୍କ କହିବା କଥା ୨୦୦୬ ମସିହା ହେଉ କି ଏବେ ଯଦି ଆନନ୍ଦ ପତ୍ରୀ ପାକିସ୍ତାନରୁ ଫେରନ୍ତି ତେବେ ପାକିସ୍ତାନର ମୁଖା ଖୋଲିଯିବ । ଆନ୍ତର୍ଜାତୀୟ ସ୍ତରରେ ଚାପର ସମ୍ମୁଖୀନ ହେବ କାରଣ ଜେନେଭା ଚୁକ୍ତିକୁ ପାକିସ୍ଥାନ ଉଲଂଘନ କରିଛି ।

ଏନେଇ ଏକ ସାକ୍ଷାତକାରରେ ଆନନ୍ଦ ପତ୍ରୀଙ୍କୁ ଛାଡିବା ପଛରେ ପାକିସ୍ତାନର ଭୟ ବିଷୟରେ ଖୁଲାସା କରିଛନ୍ତି ଇଣ୍ଡିଆ ଚାପ୍ଟରର ସଦସ୍ୟ ଉତ୍ପଳ ରଏ। ତେବେ କେବେ ଆନନ୍ଦ ଭାରତ ଫେରିବେ ତାକୁ ନେଇ ପୁଣି ଥରେ ଚର୍ଚ୍ଚା ଆଲୋଚନା ଓ ପ୍ରୟାସ ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.