ପାକିସ୍ତାନରେ ନଗଦ ସଂକଟ; ଶକ୍ତି ସଂରକ୍ଷଣ ପାଇଁ ମଲ୍, ରେସ୍ତୋରାଁ ଓ କଲ୍ୟାଣମଣ୍ଡ ବନ୍ଦ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ମାନ୍ଦାବସ୍ଥା। ନଗଦ ସଂକଟରେ ଗତି କରୁଛି ପଡ଼ୋଶୀ ଦେଶ । ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର କମିବାରେ  ଲାଗିଛି । ମହଙ୍ଗା ମାଡ଼ରେ ଭାଜି ହେଉଛନ୍ତି ପାକିସ୍ତାନର ସାଧାରଣ ଲୋକ । ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆଣିବାକୁ ମଙ୍ଗଳବାର ବିଭିନ୍ନ  ଉପାୟ ବାହାର କରିଛନ୍ତି ସରକାର । କ୍ୟାବିନେଟରେ ଶକ୍ତି ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ମୋହର ଲାଗିଛି ।

ଶକ୍ତି ସଂରକ୍ଷଣ ଯୋଜନାରେ ବଜାର, ମଲ୍, ରେସ୍ତାରାଁ ଓ କଲ୍ୟାଣମଣ୍ଡପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କର୍ମଚାରୀମାନଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ କାମ କରିବାକୁ କୁହାଯାଇଛି । ଶହବାଜ ସରିଫଙ୍କ କ୍ୟାବିନେଟ୍ ଦେଶରେ ଶକ୍ତି ଖର୍ଚ୍ଚ କମ୍ କରିବାକୁ ରାଷ୍ଟ୍ରୀୟ ଶକ୍ତି ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ।   

ସୂଚନା ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବଜା ଆସିଫ୍ କ୍ୟାବିନେଟ୍ ବୈଠକରେ ଏନେଇ ଘୋଷଣା କରିଛନ୍ତି । ରାତି ୮.୩୦ ମିନିଟରୁ ସମସ୍ତ ବଜାର, ମଲ୍, ରେସ୍ତୋରାଁ ଆଦି ବନ୍ଦ ରହିବ । ସେହିପରି  ରାତି ୧୦ଟାରୁ କଲ୍ୟାଣମଣ୍ଡପରେ ମାଙ୍ଗଳିକ କର୍ଯ୍ୟକ୍ରମ ବନ୍ଦ ରହିବ । ଏହା ଦ୍ବାରା ଦେଶରେ ୬୦ ଆରବ ଟଙ୍କା ବଞ୍ଚିବା ସହିତ ଶକ୍ତି ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ଏବଂ ଶକ୍ତି  ସଂରକ୍ଷଣ ହୋଇପାରିବ । ବିଦେଶୀ ଅର୍ଥ ଭଣ୍ଡାର ବଢ଼ିଲେ ଦେଶର ଆର୍ଥିକ ସଂକଟରେ ଧୀରେ ଧୀରେ ସୁଧାର ଆସିବ ବୋଲି ଖଓ୍ବଜା ଆସିଫ୍ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.