ଝଟ୍‌କା ପରେ ଝଟ୍‌କା; IMF ଇଙ୍ଗିତରେ ନାଚିବ ପାକିସ୍ତାନ, ଦେଶରେ ଫୁଟିବ ଟ୍ୟାକ୍ସ ବମ୍

Published By : Prameya-News7 Bureau | February 14, 2023 IST

ଇସଲାମାବାଦ: ଅର୍ଥନୈତିକ ସଂକଟରେ ଡୁବିଛି ପାକିସ୍ତାନ । ମହଙ୍ଗା ମାଡ଼ରେ ଯୁଝି ହେଇଛନ୍ତି ଦେଶବାସୀ । ଖାଦ୍ୟ ପାଇଁ ସବୁଠି ହାହାକାର ପଡିଲାଣି । ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଆରମ୍ଭ କରିଦେଲେଣି ଲୋକେ । ଏପଟେ ଆର୍ଥିକ ସଂକଟକୁ ନେଇ IMF ଇଙ୍ଗିତରେ ନାଚିବା ଆରମ୍ଭ କରିଦେଲାଣି ପଡୋଶୀ ଦେଶ । ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ଉପରେ ଏବେ ମାସକୁ ୧୭୦ ଆରବ ଟଙ୍କାର ଟ୍ୟାକ୍ସ ବୋଝ ପଡ଼ିବ । IMFର ନୂଆ ଶୁଳ୍କ ସ୍ଲାବ୍ ଅନୁଯାୟୀ, ଦେଶରେ ମୁଦ୍ରାସ୍ଫିତି ଆହୁରି ବଢିଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଇକୋନୋମିକ୍ସ ଟାଇମ୍  ଅନୁଯାୟୀ, ଅର୍ଥନୀତି ବିଶେଷଜ୍ଞ ଓ ରାଜନୀତି ବିଶ୍ଲେଷକଙ୍କ ରିପୋର୍ଟରେ ପାକିସ୍ତାନରେ ଆହୁରି ଖରାପ ସ୍ଥିତି ଆସିବ । ଶୁକ୍ରବାର ଆଇଏମଏଫ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି କିଛି କହିଛନ୍ତି ବିଶେଷଜ୍ଞ । ଅର୍ଥଶାସ୍ତ୍ରୀ ଏହତଶାମ-ଉଲ୍-ହକ୍‌ଙ୍କ କହିବା ଅନୁଯାୟୀ, ଅଧିକ ଶୁଳ୍କ ଲାଗିବା ଅର୍ଥ ପାକିସ୍ତାନବାସୀଙ୍କ ପାଇଁ ଆହୁରି କଠିନ ସମୟ ଆସିବ । ଦେଶରେ ବିଦେଶ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି । ଦେଶ ପାଇଁ ଏବେ ଅଧିକ ଋଣର ଆବଶ୍ୟକତା ରହିଛି । ଅଧିକ ଶୁଳ୍କରେ ଆଇଏମଏଫ ଠାରୁ ଋଣ ଆଣିବା ଛଡ଼ା ପାକିସ୍ତାନ ପକ୍ଷରେ ଅନ୍ୟ କୌଣସ ରାସ୍ତା ବୋଲି ଅର୍ଥଶାସ୍ତ୍ରୀ କହିଛନ୍ତି ।

ପାକିସ୍ତାନ ନିଜକୁ  ଡିଫଲ୍ଚର ଘୋଷିତ କରିବାରେ ବଞ୍ଚାଇବାକୁ ଚେଷ୍ଟା କରୁଛି । ହେଲେ ଅନ୍ୟପଟେ IMF ସର୍ତ୍ତ ସାମ୍ନାରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇବାକୁ ପଡ଼ୁଛି । ପାକିସ୍ତାନ ଅଧିକାରୀ ଓ IMF ମଧ୍ୟରେ ଅନ୍ତିମ ଆଲୋଚନା ହୋଇଥିଲା । ଏଥିରେ ସରକାର ଦେଶର ରକ୍ଷା ବଜେଟ୍ ହ୍ରାସ କରିବାକୁ ସହମତି ପ୍ରକାଶ କରିନାହିଁନ୍ତି । ଫଳରେ କୌଣସି ନିଷ୍କର୍ସ ବାହାରି ନାହିଁ । ଅର୍ଥମନ୍ତ୍ରୀ ଇଶାକ ଦାର IMFର ରକ୍ଷା ବଜେଟ୍ ସର୍ତ୍ତ ହଟାଇବାକୁ ଅନୁରୋଧ କରିଛନ୍ତି । ଯାହା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ବନ୍ଦ ହୋଇଛି ।

ଅର୍ଥଶାସ୍ତ୍ରୀ ଏହତଶାମ-ଉଲ୍-ହକ୍‌ କହିଛନ୍ତି, ନୂଆ ସ୍ଲାବ ଲାଗୁ ହେଲେ ପାକିସ୍ତାନର ଟ୍ୟାକ୍ସ ୨୬ ପ୍ରତିଶତରୁ ବୃଦ୍ଧି ପାଇଁ ୪୦ ପ୍ରତିଶତରେ ପହଞ୍ଚିବ । ପାକିସ୍ତାନ ଯଦି କୌଣସି ବିଳମ୍ବ ନକରି ଆଇଏଫଏମର ବେଲଆଉଟକୁ ପୁନଃଜୀବିତ କରିବାରେ ବିଫଳ ହୁଏ, ତେବେ ଲୋକଙ୍କ ପାଇଁ ଆହୁରି କଠିନ ସମୟ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.