ଆର୍ଥିକ ସଂକଟ ଭିତରେ ଭୟଙ୍କର ଷଡ଼ଯନ୍ତ୍ର; ପରମାଣୁ ଅସ୍ତ୍ର ବିକ୍ରି ସଉଦା କରୁଛି ପାକିସ୍ତାନ ! ଚିଠିରେ ପ୍ରକାଶ କଲା ତେହରିକ୍-ଏ-ତାଲିବାନ
3/02/2023 at 10:44 PM

ଇସଲାମାବାଦ: ପାକିସ୍ତାନ ବିକ୍ରି କରିବ ପରମାଣୁ ବମ୍ ! ନ୍ୟୁକ୍ଲିୟର ବମ୍ର ବେଆଇନ ବ୍ୟବହାର କରିବାକୁ ଯାଉଛି ଇସଲାମାବାଦ । ଏହି ଭୟଙ୍କର ବିନାଶକାରୀ ଅସ୍ତ୍ରକୁ ବିକ୍ରି କରିବାକୁ ଉଦ୍ୟମ ଚଳାଇଛି । ଏ କଥା ଆମେ କହୁ ନାହୁଁ ତେହରିକ୍-ଏ-ତାଲିବାନ ପାକିସ୍ତାନ ସଂଗଠନ ଦ୍ବାରା ଜାରି ହୋଇଥିବା ଚିଠିରେ ପ୍ରକାଶ ପାଇଛି । ଯାହାକୁ ନେଇ ବିବାଦ ଭିତରକୁ ଟାଣି ହୋଇଛନ୍ତି ପାକିସ୍ତାନ ସରକାର ।
ଦେଶର ଆର୍ଥିକ ସଂକଟକୁ ସୁଧାରିବା ପାଇଁ ପରମାଣୁ ବମ୍ ସଉଦା କରୁଛି ପାକିସ୍ତାନ ? କ’ଣ ପାକିସ୍ତାନରେ ଗୃହ ଯୁଦ୍ଧ ଆରମ୍ଭ ହୋଛି ? ପାକିସ୍ତାନ ସେନା ଦ୍ବାରା ଜାରି ହୋଇଥିବା ଫତଓ୍ବା ବିବାଦ ପରେ ତେହରିକ୍-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ପାକିସ୍ତାନ ଜନତାଙ୍କ ନାଁରେ ଚିଠି ଜାରି କରିଛି । ଯାହାକୁ ନେଇ ପାକିସ୍ତାନ ସରକାର ଓ ସେନା ଦୁହେଁ ମୁସ୍କିଲ୍ରେ ପଡ଼ିଯାଇଛନ୍ତି । ପାକିସ୍ତାନ ଜନତା ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଆତଙ୍କବାଦୀ ସଂଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନରେ ଟ୍ରେନିଂ ନେଇ ଭସ୍ମାସୁର ଭଳି ପାକିସ୍ତାନ ମୁଣ୍ଡ ଉପରେ ହାତ ରଖିବାକୁ ଉଦ୍ୟମ କରୁଛି ।
ତେହରିକ୍-ଏ-ତାଲିବାନ ପାକିସ୍ତାନ ସଂଗଠନ ପାକିସ୍ତାନ ଜନତାଙ୍କ ନାଁରେ ଏକ ଚିଠି ଜାରି କରଛି । ଏଥିରେ ଦେଶର ଆର୍ଥିକ ସଂକଟ ପାଇଁ ପାକିସ୍ତାନ ସରକାର ଓ ସଖୀ କଣ୍ଢେଇ ସାଜିଥିବା ସେନାର ଜେନେରାଲଙ୍କୁ ଦାୟି କରିଛି । ତେହରିକ୍-ଏ-ତାଲିବାନ ପାକିସ୍ତାନର ସଦସ୍ୟମାନେ ଘର ଘର ବୁଲି ଏହାକୁ ନେଇ ଲୋକଙ୍କୁ ବୁଝାଉଥିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।
ପାକିସ୍ତାନର ଆର୍ଥିକ ସଂକଟ ସମୟରେ ସରକାରଙ୍କ ଭ୍ରଷ୍ଟ ରାଜନେତା ଓ ସେନା ଜେନେରାଲ ଦେଶକୁ ଲୁଟିବାରେ ବ୍ୟସ୍ତ ରହିଛନ୍ତି । ଲୋକଙ୍କ ମୁହଁରୁ ଆହାର ଛଡ଼ାଇବାକୁ ମୌକା ଖୋଜୁଛନ୍ତି । ଏପରିକି ପାକିସ୍ତାନ ବୈଜ୍ଞନିକଙ୍କ ପରିଶ୍ରମକୁ ମଧ୍ୟ ଫସର ଫଟେଇବାକୁ ଯୋଜନା କରିଛନ୍ତି । ଭ୍ରଷ୍ଟ ସରକାର ଭୟଙ୍କର ପରମାଣୁ ବମ୍ ବିକ୍ରି କରିବାକୁ ସଉଦା କରିଥିବା ଚିଠି ପ୍ରକାଶ କରିଛି ତେହରିକ୍-ଏ-ତାଲିବାନ ପାକିସ୍ତାନ ସଂଗଠନ ।
ଏହି ଚିଠିରେ ପାକିସ୍ତାନରେ ଥିବା ପଞ୍ଜାବର ଉର୍ବର ଜମିକୁ ଭ୍ରଷ୍ଟ ରାଜନେତା ଓ ଜେନେରାଲ ବେଆଇନ୍ ଭାବେ ନିଜ ନାଁକୁ ନେବାକୁ ଉଦ୍ୟମ କରୁଛନ୍ତି । ସେହିପରି ନାଁ ନନେଇ ଚୀନ ମଧ୍ୟ ଟାର୍ଗେଟ୍ କରାଯାଇଛି । ଦେଶର ସମସ୍ତ ମୋଟର କମ୍ପାନୀ ଓ ଏୟାରପୋର୍ଟକୁ ବନ୍ଧକ ଲଗାଯାଇଥିବା କହିଛି ସଂଗଠନ ।