କାଙ୍ଗାଳ ସ୍ଥିତିରେ ବି ପେଟ୍ରୋଲ ଲିଟର ପିଛା ୨୦ ଟଙ୍କା ଶସ୍ତା କରିବ ପାକିସ୍ତାନ !

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: ପାକିସ୍ତାନରେ ପେଟ୍ରୋଲ-ଡିଜେଲ୍  ବହୁତ ଶସ୍ତା ହେବାକୁ ଯାଉଛି। ପାକିସ୍ତାନର ପ୍ରମୁଖ ଖବର କାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ ପାକିସ୍ତାନର ଓଏଲ ରେଗୁଲେଟରୀ ବଡି ପେଟ୍ରୋଲିୟମ ଦରରେ ହ୍ରାସ କରିବା ଉପରେ ବିଚାର କରୁଛନ୍ତି। କରୋନା ଭାଇରସ୍‌ ସଙ୍କଟ କାରଣରୁ ପୂରା ଦୁନିଆରେ ତୈଳ ବ୍ୟବହାର ଅପ୍ରତ୍ୟାଶିକ ଭାବେ ହ୍ରାସ ଘଟିଛି। ଏଥିରେ ଅନ୍ତରାଷ୍ଟ୍ରୀୟ ବଜାରରେ  ଅଶୋଧିତ ତୈଳ ଦର ଐତିହାସିକ ହ୍ରାସ ଘଟିଛି।

{"id":263108,"width":583,"height":329,"sizeSlug":"large"}

ଭାରତରେ ଆଶା କରାଯାଉଥିଲା ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମ ହୋଇଥିବାରୁ ଏହାର ଲାଭ ଜନତାଙ୍କୁ ମିଳିବ। ମାତ୍ର ଭାରତୀୟ କମ୍ପାନୀ ପେଟ୍ରୋଲ- ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଭାରତୀୟ କ୍ରୁଡ୍ ବାସ୍କେଟ୍‌ର ମୂଲ୍ୟ ବ୍ୟାରେଲ୍ ପିଛା ୨୦ ଡଲାରକୁ ଖସି ଆସିଛି। ମାତ୍ର ଦେଶରେ ପେଟ୍ରୋଲ-ଡିଜେଲ୍ ଦରରେ କୌଣସି ହ୍ରାସ ଘଟିନାହିଁ।

{"id":263109,"width":580,"height":418,"sizeSlug":"large"}

ଅନ୍ୟପଟେ ପାକିସ୍ତାନର ଓଏଲ ରେଗୁଲେଟରୀ ବଡି ପେଟ୍ରୋଲିୟମ ପଦାର୍ଥ ଦରରେ ପ୍ରାୟ ୫୭ ପ୍ରତିଶତ କମ କରିବାକୁ ଯୋଜନା କରୁଛି। ଜଣେ ଅଧିକାରୀଙ୍କ ଅନୁଯାୟୀ ଡିଜେଲ୍ ଲିଟର ପିଛା ୩୩.୯୪ ଏବଂ ପେଟ୍ରୋଲ ଲିଟର ପିଛା ୨୦.୬୮ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ। ରିପୋର୍ଟ ମୁତାବକ, ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ପରାମର୍ଶ ନେବା ପରେ  ନିୟାମକ ସଂସ୍ଥା ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ। କିନ୍ତୁ ପାକିସ୍ତାନ ସରକାର ଚାହୁଁଛନ୍ତି ଯେ, ପେଟ୍ରୋଲ-ଡିଜେଲ୍ ଦରରେ ହ୍ରାସ କରାଯାଉ।

{"id":263110,"width":581,"height":464,"sizeSlug":"large"}

ଗତ ମାସରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଦର ୫୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ସରକାର ଦେଶରେ ପେଟ୍ରୋଲ-ଡିଜେଲ୍ ଦର ୧୨ ରୁ ୧୩ ପ୍ରତିଶତ ହ୍ରାସ କରିଥିଲେ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଏହି ପଦକ୍ଷେପ ଜରିଆରେ ରାଜସ୍ଵ ହାସଲ କରିବାକୁ ଚାହୁଁଥିଲେ। ପେଟ୍ରୋଲ ଓ ହାଇ ସ୍ପିଡ୍ ଡିଜେଲ୍ ପାକିସ୍ତାନରେ ବହୁ ପରିମାଣରେ ଖର୍ଚ୍ଚ କରାଯାଏ। ଏହି ଦୁଇ ଦ୍ରବ୍ୟ ହିଁ ସରକାର ରାଜସ୍ଵର ମୁଖ୍ୟ ସ୍ରୋତ। କିନ୍ତୁ କରୋନା ଭାଇରସ୍‌ ମହାମାରୀ କାରଣରୁ ପେଟ୍ରୋଲ ଖର୍ଚ୍ଚ ରେକର୍ଡସ୍ତରକୁ ହ୍ରାସ ପାଇବାରୁ ସରକାରୀ ରାଜସ୍ଵରେ ବିପୁଳ କ୍ଷତି ଘଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.