ଭାରତ ବିରୋଧରେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ : ଗୋଟେ ସର୍ଜିକାଲ ଷ୍ଟ୍ରାଇକର ଜବାବ ୧୦ଟାରେ ଦିଆଯିବ
14/10/2018 at 2:56 PM

ଦିଲ୍ଲୀ ୧୪/୧୦ : ଭାରତ ବିରୋଧରେ ପାକିସ୍ତାନ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛି | ଭାରତ ଗୋଟିଏ ସର୍ଜିକାଲ ଷ୍ଟ୍ରାଇକ କଲେ ପାକିସ୍ତାନ ୧୦ଟି ସର୍ଜିକାଲ ଷ୍ଟ୍ରାଇକ କରିବ ବୋଲି ପାକିସ୍ତାନ ଚେତାବନୀ ଦେଇଛି | ଦୁଇ ପଡୋଶୀ ଦେଶ ମଧ୍ୟରେ ଏହା ହେଉଛି ସଦ୍ୟତମ ବାକ ଯୁଦ୍ଧ | ପାକିସ୍ତାନ ମିଲିଟାରୀର ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ୍ସର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଲଣ୍ଡନରେ ଏକ ଗଣମାଧ୍ୟମ ଆଗରେ ଚେତାବନୀ ଦେଇଛନ୍ତି | ସେ କହିଛନ୍ତି ଯେ, ଯେଉଁମାନେ ଆମ ବିରୋଧରେ ଦୁଃସାହସ କରିବାକୁ ଚିନ୍ତା କରୁଛନ୍ତି ପାକିସ୍ତାନର ସାମର୍ଥ୍ୟ ଉପରେ ସେମାନଙ୍କ ମନରେ ସନ୍ଦେହ ନରହିବା ଉଚିତ |
Related Posts
ତୁର୍କୀରେ ଜଣେ ଭାରତୀୟ ନିଖୋଜ, ଫସିଛନ୍ତି ୧୦: ବିଦେଶ ମନ୍ତ୍ରାଳୟ
8 February 2023