Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବିଗୁଡୁଛି ପାକିସ୍ତାନର ସ୍ଥିତି, ଖାଦ୍ୟ ଠାରୁ ପେଟ୍ରୋଲ ସବୁ ଆକାଶଛୁଆଁ, ରାଜରାସ୍ତାରେ ଲୋକେ…

14/02/2023 at 12:09 PM

ଲାହୋର ୧୪।୦୨: ଆର୍ଥିକ ସଙ୍କଟ ମଧ୍ୟରେ ଘେରି ରହିଛି ପାକିସ୍ତାନ । ଖାଦ୍ୟ-ପାନୀୟ ଠାରୁ ଆରମ୍ବ କରି ପେଟ୍ରୋଲ ଡିଜେଲ ଯାଏଁ ସବୁ ଦର ଆକାଶଛୁଆଁ । ମହଙ୍ଗାରେ ଅସ୍ତବ୍ୟସ୍ତ ଅନେକ ଲୋକ ରାଜରାସ୍ତାକୁ ଆସିଛନ୍ତି । ଦିନକୁ ଦିନ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ଅବସ୍ଥା ।

ଗତ କିଛିଦିନ ତଳେ ଶାହାବାଜ ସରିଫ ସରକାର ବିଦ୍ୟୁତ ଦର ବୃଦ୍ଧି କରି ଜନତାଙ୍କୁ ଚକିତ କରିଦେଇଥିଲେ । ଦରବୃଦ୍ଧି ଏପରି ହୋଇଛି ଯେ ପାକିସ୍ତାନରେ ଚିକେନ୍‌ କିଲୋ ପିଛା ୭୦୦ରୁ ୮୦୦ ଟଙ୍କାରେ ପହଞ୍ଚିଛି । ସେହିପରି ଟମାଟୋ କିଲୋ ୧୬୦ରୁ ୨୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ କ୍ଷୀର ଲିଟର ପିଛା ୧୯୦ ଟଙ୍କାରୁ ୨୧୦କୁ ବୃଦ୍ଧି କରାଯାଇଛି ।

ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୩ ବିଲିୟନ ଡଲାରରୁ କମ୍ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଛି ଦୋକାନୀ ଦୁଗ୍ଧର ମୂଲ୍ୟ ଲିଟରକୁ ୨୭ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଗାମୀ ସମୟରେ କ୍ଷୀରର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ ।  ସେହିପରି କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ୫୦ କିଲୋ ଶସ୍ୟର ମୂଲ୍ୟ ୭୨୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ ଆଗାମୀ ଦିନରେ ପାକିସ୍ତାନବାସୀଙ୍କ ସମସ୍ୟା ଆହୁରି ବଢିବାକୁ ଯାଉଛି । ଆଇଏମଏଫ ଋଣ ଦେବା ସର୍ତ୍ତରେ ସବସିଡି ଶେଷ କରିବାକୁ କହିଛି । ଆଇଏମ୍ଏଫ୍ କହିଛି ଯେ ପାକିସ୍ତାନ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ହ୍ରାସ କରିବା ସହ ରାଜସ୍ୱ ବୃଦ୍ଧି କରିବା ଉଚିତ । ଏଥିରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସ୍ଟି ଲାଗୁ କରିବା ଭଳି ଜିଏସ୍ଟି ୧୭ରୁ ୧୮ ପ୍ରତିଶତ ବୃଦ୍ଧି ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି । ଅନ୍ୟପଟେ ପ୍ରତିରକ୍ଷା ବଜେଟକୁ ୧୦-୧୫ ପ୍ରତିଶତ ହ୍ରାସ କରିବାକୁ ପାକିସ୍ତାନ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।

   Related Posts