vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ପାକିସ୍ତାନର ଦ୍ରୁତ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ପରିବାର ଲୋକଙ୍କ ସୂଚନା

23/06/2022 at 9:06 PM

ଇସଲାମାବାଦ: ଟିମ୍‌ରେ ଚୟନ ନହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ପାକିସ୍ତାନ ଯୁବ କ୍ରିକେଟର। ପାକିସ୍ତାନ କ୍ଷିଣୀ ସଂଘ ଅଞ୍ଚଳ ହାଇଦ୍ରାବଦ୍‌ର ଯୁବ ଖେଳାଳି ଶୋଏବଙ୍କୁ ପିସିବିର ଆନ୍ତଃ ସହର ଚାମ୍ପିୟନସିପ୍‌ ଖେଳିବାକୁ ଘରୋଇ ଟିମ୍‌ରେ ସ୍ଥାନ ନ ମିଳିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଟିମ୍‌ରେ ଚୟନ ନ ହେବାରୁ ଦ୍ରୁତ ବୋଲର ଶୋଏବ ହାତାସ ନିରାଶ ହୋଇ ହାତର ଭ୍ୟାନ୍ କାଟି ଦେଇଥିଲେ। ହାତରୁ ରକ୍ତଶ୍ରାବ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ପରିବାର ଲୋକ ଜାଣି ଶୋଏବଙ୍କୁ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ପରିବାର ଲୋକଙ୍କ ସୂଚନା ଅନୁସାରେ, ଆନ୍ତଃ ସହର ଚାମ୍ପିୟନସିପ୍‌ ମ୍ୟାଚର ଟ୍ରାଏଲ ପରେ କୋଚ ତାଙ୍କୁ ଘରୋଇ ଟିମ୍‌ରେ ସାମିଲ୍ କରିନଥିଲେ। ଏଥିରେ ହତାଶ ହୋଇଯାଇଥିଲେ। ଫଳରେ ନିଜକୁ ସେ ଏକ ଘରେ ବନ୍ଦ କରି ହାତର ନାଡ଼ି କାଟି ଦେଇଥିଲେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବାଥ୍‌ରୁମରେ ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନା ନେଇଥିଲେ ବୋଲି ସେମାନେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଶୋଏବଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ସୂଚନା ଥାଉକି, ୨୦୧୮ରେ କରାଚୀ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ଜାରୟାବଙ୍କୁ ସହରର ଅଣ୍ଡର-୧୯ ଟିମ୍‌ରେ ସାମିଲ୍ ନହେବାର ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟ କରିଥିଲେ।

   Related Posts