୨.୫ ଲକ୍ଷ ଟଙ୍କାରେ ଟ୍ରାକ୍ଟର ବିକ୍ରି କିଣିଥିଲେ IND Vs PAK ମ୍ୟାଚ୍ ଟିକେଟ, ଆଉ ତା ପରେ..

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଳୀ ୧୦/୦୬:ଆମେରିକାରେ ଚାଲିଥିବା ଟି-୨୦ ବିଶ୍ୱକପରେ ରବିବାର ରାତିରେ ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ପୁଣି ଥରେ ପାକିସ୍ତାନକୁ ପରାସ୍ତ କରିଛି। ବିଶ୍ୱକପରେ ଭାରତ ହାତରେ ଆଉ ଏକ ପରାଜୟ ପରେ ପାକିସ୍ତାନୀ ଦର୍ଶକ ଅତ୍ୟନ୍ତ ନିରାଶ ହୋଇ ନିଜ ଦଳକୁ ଗାଳି ଦେଇଛନ୍ତି । 

ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ୍‌ର କମ୍ ସ୍କୋରର ମ୍ୟାଚ୍‌ରେ ପାକିସ୍ତାନ ଦଳ ୬ ରନ୍‌ରେ ଭାରତକୁ ହରାଇଥିଲା । ଏହା ପରେ ଦଳର ପରାଜୟରେ କ୍ରୋଧିତ ଜଣେ ପାକିସ୍ତାନୀ ସମର୍ଥକ କହିଛନ୍ତି ଯେ ମୁଁ ୩୦୦୦ ଡଲାରର ଟିକେଟ୍ (ଭାରତୀୟ ମୁଦ୍ରାରେ ୨.୫ ଲକ୍ଷ ଟଙ୍କା) ପାଇବା ପାଇଁ ମୋର ଟ୍ରାକ୍ଟରକୁ ବିକ୍ରି କରିଥିଲି । 

ସେ କହିଛନ୍ତି, 'ଯେତେବେଳେ ଆମେ ଭାରତର ସ୍କୋର ଦେଖିଲୁ, ଆମେ ଭାବି ନଥିଲୁ ଯେ ଆମେ ଖେଳ ହାରିବୁ ବୋଲି । ଖେଳ ଆମ ହାତରେ ଥିଲା କିନ୍ତୁ ବାବର ଆଜମ ଆଉଟ୍ ହେବା ପରେ ଲୋକମାନେ ନିରାଶ ହୋଇଥିଲେ । ବିଜୟ ପାଇଁ ମୁଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଉଛି କିନ୍ତୁ ଏହି ପରାଜୟରେ ଆମେ ନିରାଶ। ସେହି ସମୟରେ ଭାରତୀୟ ଦଳର ଉତ୍ସାହିତ ଦର୍ଶକମାନେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ । 

ସୂଚନା ଥାଉକି, ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୧୨୦ ରନ୍ ସଂଗ୍ରହ କରିଥିଲା। ଏହା ପରେ ୧୨୧ ରନ୍‌ର ଟାର୍ଗେଟକୁ ପିଛା କରିଥିବା ପୁରା ପାକିସ୍ତାନ ଦଳ ଧାର୍ଯ୍ୟ ୨୦ ଓଭରରେ ମାତ୍ର ୧୧୩ ରନ୍ ସ୍କୋର କରି ମ୍ୟାଚକୁ ୬ ରନ୍‌ରେ ହାରିଥିଲା । 


ଟି-୨୦ ବିଶ୍ୱକପ ଇତିହାସରେ ଅଷ୍ଟମ ମ୍ୟାଚରେ ଏହା ହେଉଛି ଭାରତର ସପ୍ତମ ବିଜୟ। ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ୧୫ ଓଭରରେ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାଜି ପାକିସ୍ତାନ ବ୍ୟାଟରଙ୍କର ଅଣ୍ଟା ଭାଙ୍ଗିଥିଲେ । ରିଜୱାନଙ୍କ ବହିଷ୍କାର ପରେ ଅକ୍ଷାର ପଟେଲ ଏବଂ ପାଣ୍ଡ୍ୟାଙ୍କ ସ୍ଥିର ବୋଲିଂ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନ ପଠାଇବା ଆରମ୍ଭ କରି ସେମାନଙ୍କ ହାତରୁ ବିଜୟ ଛଡ଼ାଇ ନେଇଥିଲା । 

ଭାରତକୁ ପୁଣି ଥରେ ହରାଇବା ପରେ ପାକିସ୍ତାନ ବୋଲର ନାସିମ ଶାହା ପିଚରେ ନିଜର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ସେଠାରେ କାନ୍ଦିବାକୁ ଲାଗିଲେ। ତେବେ ଏହି ସମୟ ମଧ୍ୟରେ ଭାରତୀୟ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.