ଟିମ୍‌ ଇଣ୍ଡିଆ ଠାରୁ ହାରିଲା ମ୍ୟାଚ୍‌, ଏବେ ପାକିସ୍ତାନକୁ ମିଳିବ ୨ କୋଟି ଟଙ୍କା

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ ୧୦।୦୬: ଏପଟେ ଭାରତଠାରୁ ହାରିଲା ପାକିସ୍ତାନ । ସେପଟେ ପାକିସ୍ତାନ ଟିମ୍‌ ଉପରେ ହେବ କୋଟିକୋଟିର ବର୍ଷା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ଚିନ୍ତା କରୁଥିବେ ଏପରି କେମିତି । ବାସ୍ତବରେ ପ୍ରଥମେ ଆମେରିକା ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆ ଠାରୁ ହାରିଛି ପାକିସ୍ତାନ ଟିମ୍‌ । 

ପରାଜୟ ପରେ ପାକିସ୍ତାନ ଟିମ୍‌ ପାଇଁ ସୁପର-୮ରେ ପହଞ୍ଚିବା କାଠିକର ପାଠ। ସୁପର-୮କୁ ଯିବାକୁ ହେଲେ ପାକିସ୍ତାନ ଟିମ୍‌କୁ ଅବଶିଷ୍ଟ ଦୁଇଟି ମ୍ୟାଚ୍କୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ । ଏପରି ଯଦି ହୁଏ ତେବେ  ଆମେରିକା କିମ୍ବା ଭାରତ ଅବଶିଷ୍ଟ ମ୍ୟାଚ୍ରୁ କୌଣସି ଗୋଟିଏ ମ୍ୟାଚ୍‌ ଖରାପ ଭାବେ ହାରିବାକୁ ପଡିବ । 

କିନ୍ତୁ ଟିମ୍ ଇଣ୍ଡିଆ ଏବଂ ଆମେରିକା ଯେପରି ପର୍ଫମ୍‌ କରୁଛନ୍ତି, ସେଥିରେ ହାରିବାର ସମ୍ଭାବନା ବହୁତ କମ୍ ।  ଅର୍ଥାତ୍ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବାହାରକୁ ଯିବାର ଅଧିକ ବିପଦ ରହିଛି । ଯଦି ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବାହାରେ, ତେବେ ଏହା ୯ ରୁ ୧୨ତମ ସ୍ଥାନରେ ରହି ଟୁର୍ନାମେଣ୍ଟରେ ନିଜର ଯାତ୍ରା ଶେଷ କରିବ । ଏପରି ହେଲେ ପାକିସ୍ତାନକୁ ମିଳିବ ୨ କୋଟି ଟଙ୍କା । ଏହା ହେଉଛି ୯ମ ରୁ ୧୨ତମ ସ୍ଥାନରେ ଥିବା ଟିମ୍‌କୁ ଆଇସିସି ଦେବାକୁ ଥିବା ଅର୍ଥରାଶି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.