ଦିନିକିଆ ବିଶ୍ୱକପ୍ ୨୦୨୩: ହାଇଦ୍ରାବାଦ୍ରେ ପହଞ୍ଚିଲା ପାକିସ୍ତାନ ଟିମ୍, ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଫ୍ୟାନ୍ଙ୍କ ଭିଡ଼
27/09/2023 at 10:30 PM

ହାଇଦ୍ରାବାଦ: ଆଉ ମାତ୍ର କିଛିଦିନ ପରେ ଦିନିକିଆ କ୍ରିକେଟ ବିଶ୍ୱକପ୍ ଆରମ୍ଭ ହୋଇଯିବ। ଏଥିପାଇଁ ଗୋଟିଏ ପରେ ଗୋଟିଏ ଟିମ୍ ଭାରତରେ ଆସି ପହଞ୍ଚିଛନ୍ତି। ମଙ୍ଗଳବାର ଆଫଗାନିସ୍ତାନ ଟିମ୍ ଭାରତରେ ପହଞ୍ଚି ସାରିଥିବା ବେଳେ ଆଜି(ସେପ୍ଟେମ୍ବର ୨୭) ପାକିସ୍ତାନ ଟିମ୍ ହାଇଦ୍ରାବାଦ୍ରେ ପହଞ୍ଚିଛି। ପାକିସ୍ତାନୀ ଖେଳାଳିଙ୍କୁ ସ୍ୱାଗତ କରିବାକୁ ବୁଧବାର ସଂଧ୍ୟାରେ ରାଜୀବ ଗାନ୍ଧୀ ବିମାନବନ୍ଦରରେ କ୍ରିକେଟ୍ ଫ୍ୟାନ୍ଙ୍କର ପ୍ରବଳ ଭିଡ଼ ଜମିଥିଲା।
Pakistan team in Hyderabad, India. The video is here 🇵🇰💚💚💚💚 #CWC23 #WorldCup2023
— Farid Khan (@_FaridKhan) September 27, 2023
– via PCB pic.twitter.com/eKOIGpy25x
କହି ରଖୁଛୁ ଯେ ଗତ ୧୦ ବର୍ଷ ପରେ ପାକିସ୍ତାନ ଟିମ୍ କ୍ରିକେଟ୍ ଖେଳିବାକୁ ଭାରତରେ ପହଞ୍ଚିଛି। ଏହା ପୂର୍ବରୁ ୨୦୧୨-୧୩ରେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସି କ୍ରିକେଟ୍ ଖେଳିଥିଲା। ଭାରତରେ ପାକିସ୍ତାନ ନିଜର ଦ୍ୱିତୀୟ ତଥା ୧୯୯୨ ଠାରୁ ପ୍ରଥମ ଦିନିକିଆ ବିଶ୍ୱକପ୍ ପାଇଁ ଲଢ଼େଇ କରିବ।
I want to Thank Indian Fans and Hyderabad for the Warm Welcome♥️🔥.#Hyderabad #WorldCup2023 pic.twitter.com/kreiP3WwcG
— Shaharyar Ejaz 🏏 (@SharyOfficial) September 27, 2023
ଏଥିପାଇଁ ପାକିସ୍ତାନୀ ଟିମ୍ର ୩୩ ଜଣିଆ ସଦସ୍ୟ ଦୁବାଇ ଦେଇ ଭାରତରେ ଆସି ପହଞ୍ଚିଛନ୍ତି। ଦୁଇ ଦିନ ପୂର୍ବରୁ ଭାରତ ଗସ୍ତରେ ଆସିବାକୁ ପାକିସ୍ତାନ ଟିମ୍କୁ ଭିସା ଦିଆଯାଇଥିଲା। ଆଫଗାନିସ୍ତାନ ଓ ପାକିସ୍ତାନ ଶେଷରେ ଭିଜାଇ ଦେଇଥିଲା ଭାରତ।
Pakistan team landed in Hyderabad India 💚#Hyderabad #WorldCup2023 #PakistanZindabad #pakistancricketteam#INDvsAUS pic.twitter.com/mMunuhx1Jq
— Makhdoom Hasnain (@MakhdoomH49960) September 27, 2023
ବିଶ୍ୱକପ୍ରେ ଅସଲି ଲଢ଼େଇ କରିବା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏହାପରେ ଅକ୍ଟୋବର ୩ ତାରିଖରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ପାକ୍ ଟିମ୍। ଏହାପରେ ବିଶ୍ୱକପ୍ରେ ପାକିସ୍ତାନ ଅକ୍ଟୋବର ୬ ତାରିଖରେ ନେଦରଲ୍ୟାଣ୍ଡ ସହ ଫାଇଟ୍ କରିବ। ସେହିପରି ୧୦ ତାରିଖରେ ଶ୍ରୀଲଙ୍କାକୁ ଭେଟିବ ଦଳ। ଏହାପରେ ଅକ୍ଟୋବର ୧୪ ତାରିଖରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଟିମ୍ ଅହମଦାବାଦ ଯିବ।
Someone arrived in India 👑#BabarAzam𓃵 | #WorldCup2023 #Hyderabad | #INDvsAUS
— World Cup 🏏 (@World_Cup_23) September 27, 2023
pic.twitter.com/Sjj2p6Pg9o