ଦ୍ୱିତୀୟ ସେମି ମୁକାବିଲା ପୂର୍ବରୁ ଛାନିଆ ହେଲେ ପାକ୍ ଫ୍ୟାନ୍, କହିଲେ ବିରାଟ୍‌ଙ୍କ ଆଖିକୁ ଦେଖିଲେ ଲାଗୁଛି ଡର

Published By : Prameya-News7 Bureau | November 10, 2022 IST

ସିଡନୀ ୧୦/୧୧: ଗୁରୁବାର ଦ୍ୱିତୀୟ ସେମି ଫାଇନାଲ ଫାଇଟ । ଫାଇନାଲ ପାଇଁ ମୁହାଁ ମୁହିଁ ହେବେ ଇଂଲଣ୍ଡ ଓ ଇଣ୍ଡିଆ । ଆଡିଲେଡରେ ଖେଳାଯିବ ଏହି ମ୍ୟାଚ୍ । ସେପଟେ ବୁଧବାର ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି ପାକିସ୍ତାନ । ଫଳରେ ବେଶ୍ ଉତ୍ସାହୀତ ହୋଇପଡିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । ତେବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରତିଟି ଲିଗ୍ ମୁକାବିଲାରେ ଭାରତ ତାର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି ।

ଫୁଲ୍ ଫର୍ମରେ ଅଛନ୍ତି ଭାରତୀୟ ଦଳର ଅନେକ ବ୍ୟାଚ୍ସମ୍ୟାନ୍ । ଖାସ୍ କରି ବିରାଟ କୋହଲିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ସବୁ ଦଳର ଖେଳାଳି ବି ବିରାଟଙ୍କ ଫର୍ମକୁ ନେଇ ପଡିଛନ୍ତି ଚିନ୍ତାରେ । ବିଶେଷକରି ପାକିସ୍ତାନ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ଏପରିକି ପାକିସ୍ତାନର ଫ୍ୟାନମାନେ ବି ପ୍ରମାଦ ଗଣିବାରେ ଲାଗିପଡିଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଭୟ କରୁଛନ୍ତି ପାକ୍ ଫ୍ୟାନ ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାକିସ୍ତାନ କ୍ରିକେଟ୍ ଦଳର ଜଣେ ମହିଳା ପ୍ରଶଂସକ ବିରାଟଙ୍କୁ ବହୁତ ଭୟ କରୁଥିବା କହୁଥିବା ଜଣାପଡିଛି । ଭିଡିଓରେ ସେ କହିଛନ୍ତି ଯେ, ବିରାଟ କୋହଲିଙ୍କୁ ମୋତେ ବହୁତ ଡର ଲାଗୁଛି । ବିଶେଷ କରି ବିରାଟଙ୍କ ବଡ ବଡ ଆଖି ଦେଖି ସେ ବହୁତ ଡରିଯାଇଛନ୍ତି । ସେଥିପାଇଁ ସେ ଚାହୁଁଛନ୍ତି ଯେ ଭାରତ ଏବଂ ପାକିସ୍ତାନ ନୁହେଁ ବରଂ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହେଉ ଫାଇନାଲ ।

wp:html /wp:html

ସୂଚନା ଥାଉକି, ବୁଧବାର ଦିନ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚ୍ ପରେ ଏକ ସ୍ପୋର୍ଟସ୍ ଚ୍ୟାନେଲ୍ କିଛି ପାକିସ୍ତାନୀ ପ୍ରଶଂସକଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଜଣେ ମହିଳା ପ୍ରଶଂସକ କହିଛନ୍ତି, "ମୁଁ ବିରାଟଙ୍କୁ ବହୁତ ଡରୁଛି । ସେ ଦେଖାଉଥିବା ଆଖିକୁ ଦେଖିଲେ ଭୟ ଲାଗୁଛି । ମୁଁ ଚାହେଁ ନାହିଁ ଯେ ସେମିଫାଇନାଲରେ ଭାରତ ଜିତୁ ।

ମୁଁ ଚାହୁଁଛି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିବ କାରଣ ଆମେ ଇଂଲଣ୍ଡକୁ ପରାସ୍ତ କରି ଜିତିଯିବୁ ବିଶ୍ୱକପ୍ । ପାକିସ୍ତାନୀ ପ୍ରଶଂସକମାନେ ବିରାଟ କୋହଲିଙ୍କୁ ମଧ୍ୟ ଭୟ କରୁଛନ୍ତି କାରଣ ତାଙ୍କ ପାଖରେ ମ୍ୟାଚ୍ ଜିତିବାର କ୍ଷମତା ଅଛି । ଟି-୨୦ ବିଶ୍ୱକପ ୨୦୨୨ ପ୍ରଥମ ଲିଗ୍ ମ୍ୟାଚରେ ପାକିସ୍ତାନଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ ବିରାଟ୍ । ଖାସ୍ ସେଥିପାଇଁ ଫ୍ୟାନ୍ସ ଜଣଙ୍କ ଏପରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.