ବାବର ଆଜମ ସମେତ ପୂରା ଟିମ୍ ଯିବ ଜେଲ୍ ? ଭାରତଠାରୁ ପରାଜିତ ହେବା ପରେ ପାକିସ୍ତାନରେ ରୁଜୁ ହେଲା ଦେଶଦ୍ରୋହ ମାମଲା

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ଲଗାତାର ନିଜ ଫ୍ୟାନଙ୍କ ଆକ୍ରୋଶର ଶିକାର ହେଉଛି । ଟି-୨୦ ବିଶ୍ୱକପରେ ପ୍ରଥମେ ଆମେରିକା ଏବଂ ପରେ ଭାରତଠାରୁ ପରାଜୟ ମିଳିଛି । ଏହାପରେ ପୂର୍ବତନ କ୍ରିକେଟର ଏବଂ ଫ୍ୟାନ୍ସ ଟିମ୍ ଉପରେ ନିଜ ଅସନ୍ତୋଷ ଝାଡ଼ୁଛନ୍ତି । ବର୍ଷା ଆଶଂକା ଭିତରେ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଚିନ୍ତାରେ ଥିଲା, ଏବେ ବାବର ଆଜମଙ୍କ ଟିମ୍ ଉପରେ ଏକ ନୂଆ ସଂକଟ ଆସିଛି । ପୂରା ଟିମ୍ ଜେଲ ଯିବା ସ୍ଥିତିକୁ ଆସିଛି । ପାକିସ୍ତାନର ଜଣେ ଓକିଲ ସମସ୍ତ ଖେଳାଳି ସମେତ କୋଚ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା କରିଛନ୍ତି । ପୂରା ଟିମ୍ ଉପରେ ଦେଶକୁ ଧୋକା ଦେବାର ଅଭିଯୋଗ ଆଣିଛନ୍ତି ।

ପାକିସ୍ତାନର ଗୁଞ୍ଜରାୱାଲ ସହରରେ ଜଣେ ଓକିଲ ବାବର ଆଜମ ସମେତ ଅନ୍ୟ ଖେଳାଳିଙ୍କ ବିରୋଧରେ ଦେଶଦ୍ରୋହ ଯାଚିକା ଦାଖଲ କରିଛନ୍ତି । ଏଥିରେ ଟିମର ଖେଳାଳି ଏବଂ କୋଚଙ୍କ ସମେତ ଅନ୍ୟ ଷ୍ଟାଫଙ୍କ ନାଁ ମଧ୍ୟ ସାମିଲ ରହିଛି । ଆଇନଜୀବୀ ଜଣକ ପୂରା ଟିମ୍ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଅନୁସାରେ, ଅଭିଯୋଗରେ କୁହାଯାଇଛି ଯେ ସେ ଆମେରିକା ଏବଂ ଭାରତଠାରୁ ମିଳିଥିବା ପରାଜୟରେ ଗଭୀର ମର୍ମାହତ ଅଛନ୍ତି ।

ଓକିଲ ଜଣକ କହିଛନ୍ତି ଯେ ବାବର ଆଜାମଙ୍କ ଟିମ୍ ଦେଶର ସମ୍ମାନକୁ ବାଜିରେ ଲଗାଇ ଧୋକା ଦେଇ ଟଙ୍କା ରୋଜଗାର କରିଛନ୍ତି । କେବଳ ଏତିକି ନୁହେଁ ଆଇନଜୀବୀ ଜଣକ ଏହି ମାମଲାରେ ତଦନ୍ତ କରି ରିପୋର୍ଟ ଜମା କରିବା ପାଇଁ ଦାବି କରିଛନ୍ତି । ତଦନ୍ତ ଶେଷ ହେବା ଯାଏ ପାକିସ୍ତାନ କ୍ରିକେଟ୍ ଟିମ୍ ଉପରେ ବ୍ୟାନ ଲଗାଇବା ପାଇଁ କହିଛନ୍ତି । ରିପୋର୍ଟ ଅନୁସାରେ ଏହି ଯାଚିକାକୁ ମଞ୍ଜୁର ମଧ୍ୟ କରାଯାଇଛି । ଯେଉଁଥି ପାଇଁ ପାକିସ୍ତାନ ଟିମ୍ ଉପରେ ଏବେ ଜେଲ୍ ଯିବା ବିପଦ ପଢିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.