LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାକିସ୍ତାନ କୋର୍ଟରୁ ସମାପ୍ତ ହେଲା ରାଜଦ୍ରୋହ ଆଇନ, ଧାରା 124-A ରଦ୍ଦ

1/04/2023 at 8:42 PM

ଇସ୍ଲାମାବାଦ ୧।୪: ଇଂରେଜ ଶାସନ କାଳର ରାଜଦ୍ରୋହ ଆଇନକୁ ପାକିସ୍ତାନର ଏକ କୋର୍ଟ ରଦ୍ଦ କରିଦେଇଛନ୍ତି। ଲାହୋର ହାଇକୋର୍ଟ ଏହି ଆଇନ ବିରୋଧରେ ରାୟ ଦେଇଛନ୍ତି। ଜଷ୍ଟିସ୍ ଶାହିଦ କରୀମ ପାକିସ୍ତାନ ପେନାଲ କୋଡ (ପିପିସି)ର ଧାରା ୧୨୪-ଏ ରାଜଦ୍ରୋହ ଅପରାଧକୁ ରଦ୍ଦ କରି ଦେଇଛନ୍ତି। ହାରୁନ ଫାରୁକ ନାମକ ଜନୈକ ବ୍ୟକ୍ତି ଏହି ଧାରାକୁ ରଦ୍ଦ କରିବା ପାଇଁ ନିବେଦନ କରିଥିଲେ। ଏ ନେଇ ସେ କୋର୍ଟରେ ଦାଖଲ କରିଥିବା ପିଟିସନରେ ବିବାଦୀୟ ଆଇନକୁ ରଦ୍ଦ କରିବାକୁ ଦାବି କରିଥିଲେ।

ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ ଯେ ମୂଳ ରୂପେ ଏହି ଆଇନକୁ ଥୋମାସ ମ୍ୟକଲେ ପ୍ରସ୍ତୁତ କରିଥିଲେ ଓ ୧୮୬୦ରେ ଇଣ୍ଡିଆନ ପେନାଲ କୋଡ (ଆଇପିସି) ଲାଗୁ ହେବା ପରେ ଏହାକୁ ହଟାଇ ଦିଆଯାଇଥିଲା।  ତେବେ ୧୮୭୦ ମସିହାରେ ପୁଣି ଥରେ ଆଇପିସିରେ ସଂଶୋଧନ କରି ଏହି ଧାରାକୁ ପୁଣି ସଂଯୁକ୍ତ କରାଯାଇଥିଲା। ସେତେବେଳେ ବିଦେଶୀ ସରକାରଙ୍କ ବିରୋଧରେ ଜନତାଙ୍କ ଅସନ୍ତୋଷକୁ ଦବାଇ ଦେବାକୁ ଏହି କଠୋର ଆଇନ ପ୍ରଣୟନ କରାଯାଇଥିଲା।

ଶୁଣାଣି କାଳରେ କୋର୍ଟ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ଲାହୋର ହାଇକୋର୍ଟ ଏହି ଆଇନକୁ ସମ୍ବିଧାନରେ ନାଗରିକଙ୍କୁ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ କହି ରଦ୍ଦ କରିଦେଇଛନ୍ତି। ପିଟିସନରେ କୁହାଯାଇଥିଲା ଯେ ଏହି ଆଇନକୁ ଅସହମତି, ଅଭିବ୍ୟକ୍ତିର ସ୍ୱାଧୀନତା ଓ ସମାଲୋଚନାକୁ ଦବାଇ ଦେବା ପାଇଁ ଅସ୍ତ୍ର ରୂପେ କରାଯାଏ। ଏଥିରେ ଏହା ବି ସୂଚିତ କରାଯାଇଥିଲା ଯେ ଗତ କିଛି ବର୍ଷ ହେଲା କେତେକ ରାଜନେତା, ସାମ୍ବାଦିକ ଓ ଆକ୍ଟିଭିଷ୍ଟଙ୍କ ବିରୋଧରେ ଧାରା ୧୨୪-ଏ ଅନୁସାରେ ମାମଲା ରୁଜୁ କରାଯାଇଛି। ମୋଟ ଉପରେ ଆବେଦନକାରୀ ଧାରା ୧୨୪-ଏର ଦେଶରେ ଦୂରୁପଯୋଗ ହେଉଥିବାର ଅଭିଯୋଗ କରିଥିଲେ।

ପାକିସ୍ତାନରେ ରଦ୍ଦ ହୋଇଯାଇଥିବା ଆଇନର ଏହି ଧାରା ଯେଉଁଠୁ ସୃଷ୍ଟି ହୋଇଥିଲା ଅର୍ଥାତ ବ୍ରିଟେନ ଆଇନ ବ୍ୟବସ୍ଥାରୁ ୨୦୦୯ ମସିହାରୁ ଉଚ୍ଛେଦ ହୋଇ ସାରିଛି। ଏହି ଧାରା ଭାରତରେ ମଧ୍ୟ ରହିଛି, ଯାହାକୁ ଦୀର୍ଘ ବର୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଏ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏମ.ଭି. ରମନ୍ନା ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ପରେ ଏହି ଆଇନର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ସେତେବେଳେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁ ଗୋପାଲ ଏହି ଆଇନକୁ ରଦ୍ଦ କରିବା ବଦଳେ ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରାଯିବା ଦରକାର, ଯାହା ଦ୍ୱାରା ଆଇନର ମୂଳ୍ୟ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ବୋଲି କହିଥିଲେ।  

   Related Posts