ଭାରତଠାରୁ ପରାସ୍ତ ହେବାର ଦୁଇଟି ମୁଖ୍ୟ କାରଣ କହିଲେ ପାକିସ୍ତାନ ଅଧିନାୟକ…

Published By : Prameya-News7 Bureau | June 17, 2019 IST

ମାଞ୍ଚେଷ୍ଟର୧୭|୬: ବିଶ୍ବକପରେ ଭାରତଠାରୁ ୮୯ରନରେ ପରାସ୍ତ ହେବାପରେ ପାକିସ୍ତାନର ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଅପରପକ୍ଷରେ ଅଦ୍ୟାବଧି ବିଭିନ୍ନ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତ ୭ଟି ମ୍ୟାଚ ଖେଳିଥିବାବେଳେ ସମସ୍ତ ୭ଟି ଯାକ ମ୍ୟାଚ ଜିତିବାର ରେକର୍ଡ କାଏମ ରଖିବାରେ ଭାରତ ସକ୍ଷମ ହୋଇଛି ।

{"id":124042,"width":582,"height":436}

ହାରିବାପରେ ଭାଙ୍ଗିପଡିଥିବା ପାକିସ୍ତାନ ଦଳ ଏବେ ପରାଜୟର କାରଣ ଖୋଜିବାରେ ଲାଗିଛି । ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମଦ ସାମ୍ବାଦିକଙ୍କୁ ହାରବାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ହାରିବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି ।

{"id":124043}

ଟସ ଜିତିବାରେ ସଫଳ ହୋଇଥିଲେ ମଧ୍ୟ ଏହି କାରଣ ପାଇଁ ପାକିସ୍ତାନ ଟସ ବିଜୟକୁ ମ୍ୟାଚ ବିଜୟରେ ରୂପାନ୍ତରିତ କରିପାରିଲା ନାହିଁ ଓ ଭାରତଠାରୁ ମ୍ୟାଚ ହାରିଗଲା । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଆଉ ୪ଟି ମ୍ୟାଚ ଖେଳିବାକୁ ବାକି ଅଛି । ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଏହି ୪ଟି ଯାକ ମ୍ୟାଚରେ ପାକିସ୍ତାନ ଭଲ ରନ ରେଟ ସହ ବିଜୟୀ ହେବାକୁ ପଡିବ । ଗୋଟିଏ ମ୍ୟାଚରେ ପାକିସ୍ତାନ ଯଦି ଖରାପ ପ୍ରଦର୍ଶନ କରେ ତାହେଲେ ବିଶ୍ବକପ ଫାଇନାଲ ତ ଦୂରର କଥା ସେମି ଫାଇନାଲରେ ମଧ୍ୟ ପ୍ରବେଶ କରିପାରିବ ନାହିଁ ।

{"id":124044,"width":586,"height":305}

ଭରତଠାରୁ ପରାଜୟ ବରଣ କରିବାର ଦୁଃରେ ମ୍ରିୟମାଣ ପାକିସ୍ତାନ କ୍ୟାପଟେନ ସର୍ଫରାଜ ଅହମ୍ମଦ ଭାରତୀୟ ଓପନର ରୋହୀତ ଶର୍ମାଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ପରାଜୟର ମୁଖ୍ୟ କାରଣ ରୋହୀତ ଶର୍ମା । ସେ ପାକିସ୍ତାନ ବୋଲରଙ୍କ ମନୋବଳକୁ ଦୋହଲାଇ ଦେଇଥିଲେ । ଦ୍ବିତୀୟ କାରଣଟି ହେଉଛି ପାକିସ୍ତାନୀ ବୋଲରମାନେ ଠିକ ଯାଗାରେ ବୋଲିଂ ନକରିବା ବୋଲି ସର୍ଫରାଜ କହିଛନ୍ତି । ଓଭରପିଚ୍‌ ବଲ କରିବା ପାଇଁ ପାକିସ୍ତାନ ମ୍ୟାଚକୁ ଯିବାପୂର୍ବରୁ ଯୋଜନା କରିଥିଲା । କିନ୍ତୁ ବୋଲରମାନେ ତାହା କରିବାରେ ସକ୍ଷମ ହୋଇନଥିଲେ । ସେହିଭଳି ପିଚ୍‌ରେ ବଲ ଭଲ ଟର୍ଣ୍ଣ କରୁଥିଲେ ହେଁ ଦୁଇଜଣ ସ୍ପିନର କୌଣସି ୱିକେଟ ନେବାରେ ସକ୍ଷମ ହୋଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.