ଭାରତଠାରୁ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ, ବନ୍ୟା ପରେ ମ୍ୟାଲେରିଆ ବଢାଇଲା ଚିନ୍ତା

Published By : Prameya-News7 Bureau | October 12, 2022 IST

ଇସ୍‌ଲାମାବାଦ,୧୨/୧୦: ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିଛି । ଏହାଯୋଗୁ ଦେଶରେ ସ୍ୱାସ୍ଥ୍ୟ ସଂକଟ ଦେଖାଦେଇଛି । ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ଏହା ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଏ ବାବଦ ଏକ ପ୍ରସ୍ତାବକୁ ପାକ୍‌ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି । ତେବେ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ ।

ଅନ୍ତର୍ଜାତୀୟ ପାଣ୍ଠିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅର୍ଥ ଯୋଗାଡ଼ କରି ଏହି ମଶାରି କିଣି ପାକିସ୍ତାନକୁ ଦେବ । ଯଥାଶୀଘ୍ର ଭାରତଠାରୁ ମଶାରି କିଣିବା ପାଇଁ ଯୋଜନା କରାଯାଉଥିବା ଡବ୍ଲ୍ୟୁଏଚ୍‌ଓ ଅଧିକାରୀମାନେ କହିଛନ୍ତି । ସେମାନଙ୍କ ମୁତବକ ୱାଘା ସୀମା ଦେଇ ଆସନ୍ତା ମାସରେ ଭାରତରୁ ମଶାରି ଅଣାଯିବ ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏ ବର୍ଷ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା । ଏହାଯୋଗୁ ୩.୩ କୋଟି ଲୋକ ବିସ୍ଥାପିତ ହୋଇଥିଲା ବେଳେ ୧,୭୦୦ରୁ ଊଦ୍ଧ୍ୱର୍ ପ୍ରାଣ ହରାଇଥିଲେ । ଦେଶର ଏକତୃତୀୟାଂଶ ଭାଗ ବନ୍ୟାଜଳରେ ବୁଡ଼ିଯାଇଥିଲା । ବନ୍ୟାଜଳ ଦୀର୍ଘଦିନ ଧରି ଜମି ରହିବା ଯୋଗୁ ମଶାବଂଶ ବଢ଼ିଥିଲା, ଯାହା କି ମ୍ୟାଲେରିଆ ଓ ଅନ୍ୟ ସଂକ୍ରାମକ ରୋଗର କାରଣ ସାଜିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.