scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ମୁହଁ ଖୋଲିଲା ପାକିସ୍ତାନ, ଜାଣନ୍ତୁ କହିଲା କ’ଣ?

26/08/2023 at 3:25 PM

ଇସ୍ଲାମାବାଦ ୨୬।୮: ଭାରତର ମୁନ୍ ମିସନ ଚନ୍ଦ୍ରଯାନ-୩ର ସଫଳତାରେ ପାକିସ୍ତାନ ମୁହଁ ଖୋଲିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସପ୍ଟ ଲ୍ୟାଣ୍ଡିଂ ନିମନ୍ତେ ଭାରତୀୟ ବୈଜ୍ଞାନିକ ଧନ୍ୟବାଦର ପାତ୍ର ବୋଲି କହିଛି। ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ୍ ‘ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ’ କହିଛି ଯେ ଦୁଇ ଦେଶଙ୍କ ମଧ୍ୟରେ ବର୍ତ୍ତମାନର ସମ୍ବଦ୍ଧ ଦୃଷ୍ଟିରୁ ପାକିସ୍ତାନ ଯେଉଁ ପ୍ରକାର ଭାରତୀୟ ଉପଲବ୍ଧିକୁ ପ୍ରଶଂସା କରିଛି, ଅତୀତରେ ଏପରି କମ ଦେଖାଯାଇଛି।

ଚନ୍ଦ୍ରଯାନ-୩ ସଫଳ ହେବା ପରେ ଏହି ପାକିସ୍ତାନୀ ଖୁସିରେ ବାଣ୍ଟିଲେ ମିଠା, ସାମ୍ନାକୁ ଆସିଲା ଭିଡିଓ

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଙ୍କ ମୁନ ମିସନ୍ ଚନ୍ଦ୍ରଯାନ-୩ ଗତ ୨୩ ଅଗଷ୍ଟ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ର ପୃଷ୍ଠରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିଥିଲା। ସଫଳ ସଫ୍ଟଲ୍ୟାଣ୍ଡିଂ ସହିତ ଚନ୍ଦ୍ରରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଛି। ଏଥିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର । ପାକିସ୍ତାନ ବିଦେଶ ମନ୍ତ୍ରାଳୟଙ୍କ ଶୁକ୍ରବାର ସପ୍ତାହିକ ବ୍ରିଫିଙ୍ଗ କାଳରେ ମୁଖପାତ୍ର ମମତାଜ ଜହରା ବଲୁଚ୍ ଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା। ଏଥିରେ ଭାରତର ଚନ୍ଦ୍ରରେ ଲ୍ୟାଣ୍ଡିଂକୁ ପାକିସ୍ତାନ କିପରି ନଜରରେ ଦେଖୁଛି ବୋଲି ତାଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ ମୁଁ କେବଳ ଏତିକି କହିବି ଏହା ଏକ ବଡ଼ ବୈଜ୍ଞାନିକ ଉପଲବ୍ଧି। ଯେଉଁଥି ପାଇଁ ଇସ୍ରୋର ବୈଜ୍ଞାନିକମାନେ ପ୍ରଶଂସାର ପାତ୍ର।

ତେବେ ଦୁଇ ଦେଶଙ୍କ ମଧ୍ୟରେ ଏବେ ସମ୍ପର୍କ ଯେଉଁପରି ଏଥିରେ ଭାରତର ଉପଲବ୍ଧିକୁ ପାକିସ୍ତାନ ପ୍ରଶଂସା କରିବା  କ୍ୱଚିତ ଦେଖାଯାଏ। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫବାଦ ହୁସେନ ଚୌଧରୀ ଇସ୍ରୋକୁ ଶୁଭେଚ୍ଛା ଜଣାଇ କହିଥିଲେଯେ ‘ଇସ୍ରୋ ନିମନ୍ତେ ଏହା ଏକ ଐତିହାସିକ କ୍ଷଣ, କେବଳ ସ୍ୱପ୍ନ ଦେଖୁଥିବା ଯୁବ ପିଢି ହିଁ ଦୁନିଆକୁ ବଦଳାଇ ପାରନ୍ତି’।  ନିକଟରେ ଦକ୍ଷିଣ ଆଫ୍ରିକା ଜୋହନ୍ସବର୍ଗରେ  ଶେଷ ହୋଇଥିବା ବ୍ରିକ୍ସ ସମ୍ମେଳନୀରେ ୬ ନୂଆ ଦେଶଙ୍କୁ ସାମିଲ କରାଯାଇଛି। ୧ ଜାନୁୟାରୀ ୨୦୨୪ରୁ ଇରାନ, ଆର୍ଜେଣ୍ଟିନା, ଇଥିଓପିୟା, ଇଜିପ୍ଟ, ୟୁଏଇ ଓ ସାଉଦୀ ଆରବ ବ୍ରିକ୍ସର ସଦସ୍ୟ ଦେଶ ହେବେ।

ଚନ୍ଦ୍ରଯାନ-୩ର ସଫଳତା ଦେଶର ଯୁବ ଓ କିଶୋର ବର୍ଗଙ୍କ ମନରେ ଜାତ କରିଛି ବୈଜ୍ଞାନିକ ହେବାର ନିଶା, ଜାଣନ୍ତୁ କେମିତି ହୁଏ ISROରେ ନିଯୁକ୍ତି?

ଏହା ଉପରେ ଟିପ୍ପଣୀ କରି ମୁମତାଜ ଜୋହରା ବଲୁଚ୍ କହିଛନ୍ତି ଯେ ବ୍ରିକ୍ସରେ ସାମିଲ ହେବା ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଅନୁରୋଧ କରି ନାହିଁ। ତେବେ ଯାହାବି ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ହୋଇଛି ଆମେ ଏହାର ଅଧ୍ୟୟନ କରିବୁ ଓ ଭବିଷ୍ୟତରେ ବ୍ରିକ୍ସରେ ସଂଯୁକ୍ତ ହେବା ପାଇଁ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି। ଭାରତର ମୁନ୍‌ ମିସନ ଚନ୍ଦ୍ରଯାନ-୨ କାଳରେ ପାକିସ୍ତାନର ତତ୍କାଳୀନ ମନ୍ତ୍ରୀ ଫବାଦ ଚୌଧୁରୀ ଭାରତର ଏହି ମିସନକୁ ନେଇ ପରିହାସ କରିଥିଲେ। ୨୦୧୯ ମସିହାରେ ଚନ୍ଦ୍ରଯାନ-୨ ନିମନ୍ତେ ୯୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା।

ଏହି ବଜେଟ୍ ଉପରକୁ ଅଙ୍ଗୁଳି ଉଠାଇ ଫବାଦ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ କୌଣସି ଅଜ୍ଞାତ କ୍ଷେତ୍ର ନିମନ୍ତେ ଏତେବଡ଼ ବଜେଟ ବ୍ୟୟ କରିବା କୌଣସି ଦୃଷ୍ଟିରୁ ମଧ୍ୟ ବୁଦ୍ଧିମାନର କାମ ନୁହେଁ ବୋଲି କହିଥିଲେ। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋ ୨ ସେପ୍ଟେମ୍ବର ୨୦୨୩ରେ ପ୍ରଥମ ସୌର ମିସନ ଲଞ୍ଚ କରିବାକୁ ଯାଉଛି। ଇସ୍ରୋଙ୍କ ଏହି ମିସନର ନାମ ଆଦିତ୍ୟ ଏଲ-୧ ରଖା ଯାଇଛି। ଏହାର ଲଞ୍ଚିଂ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ। ଆଦିତ୍ୟ ଏଲ-୧କୁ ମଧ୍ୟ ପିଏସଏଲଭି ରକେଟ୍ ଦ୍ୱାରା ଲଞ୍ଚ କରାଯିବ। ଏହି ମିସନ ୧୫ ଲକ୍ଷ କିଲୋମିଟର ଦୂରତାକୁ ୧୨୭ ଦିନରେ ପୂରା କରିବ। ଏହାକୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ପଏଣ୍ଟ ହେଲୋ ଅର୍ବିଟ୍‌ରେ ସ୍ଥାପିତ କରାଯିବ। ସେହି ସ୍ଥାନରୁ ଏହା ସୂର୍ଯ୍ୟଙ୍କ ଅନୁଧ୍ୟାନ କରିବ।  

   Related Posts