ଟି-୨୦ ବିଶ୍ୱକପ୍: ଦକ୍ଷିଣ ଆଫ୍ରିକାକୁ ୩୩ ରନ୍‌ରେ ହରାଇଲା ପାକିସ୍ତାନ

Published By : Prameya-News7 Bureau | November 03, 2022 IST

ସିଡନୀ: ଆଜି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ପାକିସ୍ତାନ ୩୩ ରନ୍‌ରେ ବିଜୟୀ ହୋଇଛି। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ ହରାଇ ମାତ୍ର ୧୦୮ ରନ୍ କରିଛି।

ତେବେ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବାରୁ ଖେଳକୁ ୧୪ ଓଭର କମାଦିଆଯାଇଥିଲା। ସେହିପରି ରନ୍‌ରେ ହ୍ରାସ କରି ୧୪୨ ଟାର୍ଗେଟ୍ ଦିଆଯାଇଥିଲା। ହେଲେ ଏହି ଟାର୍ଗେଟ୍‌କୁ ପୂରା କରିପାରି ନାହିଁ ଦକ୍ଷିଣ ଆଫ୍ରିକା। ଶେଷରେ ପାକିସ୍ତାନ ୩୩ ରନ୍‌ ବିଜୟ ହୋଇ ସେମି ଫାଇନାଲ୍‌ ଦୌଡ଼ରେ ଏଣ୍ଟ୍ରି କରିଛି।

ପାକିସ୍ତାନ ବ୍ୟାଟିଂ-

ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଆରମ୍ଭରୁ ଦଳର ଅବସ୍ଥା ସୋଚନୀୟ ହୋଇପଡିଥିଲା। ପ୍ରଥମ ଓଭରରୁ ରିଜୱାନଙ୍କ ୱିକେଟ୍ ଯାଇଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ହାରିଶ ଜବରଦସ୍ତ ପାଳି ଖେଳିଥିଲେ। ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ହାରିସ ୧୧ ବଲର ୨୮ ରନ୍ କରିବା ପରେ ସେ ବି ଆଉଟ ହୋଇଯାଇଥିଲେ।

କ୍ୟାପ୍ଟେନ୍ ବାବର ଆଜମ ଆଜି ବି ଫେଲ୍ ମାରିଥିଲେ। ସେ ମାତ୍ର ୧୫ ବଲ୍‌ରେ ୬ ରନ୍ କରି ଆଉଟ ହୋଇଯାଇଥିଲେ। ତେବେ ଦଳ ପକ୍ଷରୁ ଇଫତଖାର ମହମ୍ମଦ(୫୧) ଓ ଶାଦବ ଖାନ(୫୧) ଦଳକୁ ସମ୍ଭାଳି ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ନୱାଜଙ୍କ ୨୮ ରନ୍‌ରେ ଯୋଗଦାନରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ଖେଳି ୯ ୱିକେଟ ବିନିୟମରେ ୧୮୫ ରନ୍ କରିପାରିଥିଲା।

ଏପଟେ ଆଜି ବୋଲିଂରେ ବିଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା। ଯଦିଓ ପ୍ରଥମେ ପ୍ରଥମେ ପାକିସ୍ତାନର ୱିକେଟ୍ ଯାଇଥିଲା ତେବେ ଦଳର ସ୍କୋରକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ ଦକ୍ଷିଣ ଆଫ୍ରିକା ବୋଲର। ଦଳ ପକ୍ଷରୁ ୱାର୍ଣ୍ଣେ ପାର୍ଣ୍ଣେଲ୍, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡି ଓ ତବ୍ରିଜ୍ ଶାସ୍‌ସୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ଏନରିଚ୍ ନୋର୍ତ୍ତଜେ ସର୍ବାଧିକ ୪ଟି ୱେକେଟ୍ ନେଇଥିଲେ।

ଦକ୍ଷିଣ ଆଫ୍ରିକା ବ୍ୟାଟିଂ-

୧୮୬ ରନ୍‌ ଟାର୍ଗେଟ୍ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ପରିସ୍ଥିତି ବି ଆରମ୍ଭରୁ ଖରାପ ହୋଇଯାଇଥିଲା। କାରଣ ପ୍ରଥମ ଓଭରେ କ୍ୱିଣ୍ଟନ ଡିକକ୍(୦), ତୃତୀୟ ଓଭରରେ ରାଲି ରୁଷୋ(୭), ଅଷ୍ଟମ ଓଭରରେ ତେମ୍ବା ବାଭୁମା(୩୬) ଓ ଆଡେନ ମାର୍କରମ(୨୦)ଙ୍କ ୱିକେଟ୍ ଯାଇଥିଲା। ୯ ଓଭର ବେଳକୁ ବର୍ଷା ବାଧକ ସାଜିବାରୁ କିଛି ସମୟ ଖେଳ ବନ୍ଦ ରଖାଯାଇଥିଲା। ଏହାପରେ ଡିଏଲ୍‌ଏସ୍‌ ମେଥଡରେ ମ୍ୟାଚ୍ ୧୪ ଓଭରକୁ ହ୍ରାସ କରାଯାଇଥିବା ବେଳେ ରନ ଲକ୍ଷ ୧୪୨ କରି ଦିଆଯାଇଥିଲା। ଯାହା ଦକ୍ଷିଣ ଆଫ୍ରିକା ଉପରେ ଆହୁରି ଚାପ ପକାଇଥିଲା। ଶେଷ ଚେଷ୍ଟା କରି ବି ଦକ୍ଷିଣ ଆଫ୍ରିକା ପାକିସ୍ତାନ ଠାରୁ ୩୩ ରନ୍‌ରେ ପରାସ୍ତ ହୋଇଛି।

ଅନ୍ୟପଟେ ଆଜି ପାକିସ୍ତାନ ବୋଲିଂ ବି ଜବରଦସ୍ତ ହୋଇଛି। ଦଳ ପକ୍ଷରୁ ଶହୀନ ଆଫ୍ରିଦୀ ୩ଟି ୱିକେଟ୍ ନେଇଥିବା ବେଳେ ନଶୀମ ଶାହ, ମହମ୍ମଦ ୱାସିମ ଜୁନିୟର ଓ ହରିଶ ରଫ ଗୋଟିଏ ଲେଖାଏ ୱେକେଟ୍ ନେଇଥିଲା। ସେହିପରି ସାଦବ ଖାନ ୨ ୱିକେଟ୍ ନେଇଥିବା ବେଳେ ମହମ୍ମଦ ନୱାଜଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.