oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ମହିଳା ବିଶ୍ୱକପ : ଲଗାତର ଚାରି ଥର ହାରିଲା ପାକିସ୍ତାନ, ୯ ରନରେ ଜିତିଲା ବାଂଲାଦେଶ

14/03/2022 at 12:13 PM

ନୂଆଦିଲ୍ଲୀ,୧୪/୦୩:  ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବଡ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ । ବାଂଲାଦେଶ ପାକିସ୍ତାନକୁ ମାତ୍ ଦେଇଛି । ଦଳ ୯ ରନରେ ବିଜୟ ହାସଲ କରିଛି । ଏହାସହ ପାକିସ୍ତାନୀ ଖେଳାଳି ସିଦରା ଅମୀନଙ୍କ ଶତକ ବେକାର ଯାଇଛି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ । ଦଳ ନିର୍ଦ୍ଧାରିତ ଓଭରରେ ୨୩୪ ରନ୍ କରିଥିଲା । ଫରଗନା ହକ୍ ୭୧ ରନ୍ କରିଥିଲେ । ଅଧିନାୟକ ନିଗର ସୁଲତାନା ୪୬, ଶରମୀନ ଅଖତର ୪୪ ରନ୍ କରିଥିଲେ । ଏହାସହ ଦଳ ପାକିସ୍ତାନକୁ ୨୩୫ ରନ୍‌ର ଟାର୍ଗେଟ୍ ଦେଇଥିଲା ।

ଟାର୍ଗେଟକୁ ପିଛା କରି ଓହ୍ଲାଇଥିବା ପାକିସ୍ତାନ ୯୧ ରନରେ ପ୍ରଥମ ଓ୍ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ସିଦରା ଅମୀନ ୧୦୪ ରନ୍ କରିଥିଲେ । ଓପନର ନାହିଦା ଖାନ୍ ୪୩ ରନ୍ କରିଥିଲେ । କିନ୍ତୁ ଦଳ ବିଜୟଠୁ  ୯ ରନ୍ ଦୂରରେ ରହିଯାଇଥିଲା । ବାଂଲାଦେଶ ପକ୍ଷରୁ ରୁମାନା ଅହମ୍ମଦ ୨ଟି ଓ ଫାହିମା ଖାତୁନ ୩ ଓ୍ୱିକେଟ୍ ନେଇଥିଲେ ।

ଏହା ପାକିସ୍ତାନର ଚଳିତ ବିଶ୍ୱକପରେ ଲଗାତର ଚତୁର୍ଥ ପରାଜୟ । ଫଳରେ ଦଳ ପ୍ଲେ ଅଫରେ ପହଁଚିବା କଷ୍ଟକର ହୋଇ ପଡିଛି । ପଏଣ୍ଟ ଟେବୁଲରେ ଦଳ ସବୁଠୁ ତଳେ ରହିଛି । ତେବେ ବାଂଲାଦେଶ ମହିଳା ଟିମ୍‌ର ଏହା କୌଣସି ବିଶ୍ୱକପର ପ୍ରଥମ ବିଜୟ । ପାକିସ୍ତାନକୁ ହରାଇ ଦଳ ବିଜୟକୁ ଆହୁରି ସ୍ମରଣୀୟ କରିଛି ।

   Related Posts