ବେଲୁଚିସ୍ତାନରେ ୯ଜଣଙ୍କୁ ଅପହରଣ ପରେ ହତ୍ୟା; ନିଜକୁ ଦାୟି କଲା ବେଲୁଚି ଲିବରେସନ ଆର୍ମି

Published By : Prameya-News7 Bureau | April 14, 2024 IST

ଇସଲାମାବାଦ: ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗି କରିଥିବା ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ବଢ଼ୁଛି ଉତ୍ତେଜନା । କିଛି ଆଜ୍ଞାତ ବନ୍ଧୁକଧାରୀ ଏକ ବସ୍‌ରୁ ୯ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି । ଏହି ହମଲାକୁ ବିଚ୍ଛିନ୍ନତାବାଦୀ ସମୂହ ବେଲୁଚି ଲିବରେସନ ଆର୍ମି ନିଜ ଉପରକୁ ନେଇଛି ।

ରୟଟର୍ସ ମୁତାବକ, ଆକ୍ରମଣକାରୀ ଏକ ବୟାନରେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଗୁଳିମାରି ହତ୍ୟା କରାଯାଇଥିବା୯ଜଣ ଗୁଇନ୍ଦାଗିରି କରୁଥିଲେ । ତେଣୁ ତାଙ୍କୁ ଉଚିତ୍ ଦଣ୍ଡ ମିଳିଛି ବୋଲି ବେଲୁଚି ଲିବରେସନ ଆର୍ମି କହିଛି । ଅନ୍ୟପଟେ ଏମାନେ ଦିନମଜୁରିଆ କାମ କରିବାକୁ ଇରାନ ଯାଉଥିବା କଥାକୁ ଅସ୍ବୀକାର କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ଦୃଢ଼ ନିନ୍ଦା କରିଛନ୍ତି ।

ପାକିସ୍ତାନ ପୋଲିସ ଅଧିକାରୀ ଅବଦ୍ଦୁଲ୍ଲା ମେଙ୍ଗଲ ସୂଚନା ଦେଇ କହିଛନ୍ତି, ଅଜ୍ଞାତ ବନ୍ଧୁକଧାରୀ ନୌଶକି ଜିଲ୍ଲାରେ ଇରାନ ଯାଉଥିବା ବସକୁ ଅଟକାଇ ଦେଇଥିଲେ ଏବଂ ଏହି ୯ଜଣ ନିଜ ସହିତ ଅପହରଣ କରି ନେଇଯାଇଥିଲେ । ଆତତାୟୀ ମାନେ ବସ୍ ଭିତରକୁ ପଶିବା ମାତ୍ରେ ହତ୍ୟା ହୋଇଥିବା ଲୋକଙ୍କ ବିଷୟରେ ଅନ୍ୟ ଯାତ୍ରୀମାନଙ୍କୁ ପଚାରି ବୁଝିଥିଲେ । ସେମାନେ ପୂର୍ବ ପଞ୍ଜାବର ଜାଣିବା ପରେ ତାଙ୍କୁ ସାଥିରେ ନେଇଯାଇଥିଲେ । ପରେ ୯ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

  • Pakistan Unrest
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.