oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏହି ଦେଶରେ ଟିକ୍‌ଟକ୍‌ ଉପରେ ହଟିଛି ପ୍ରତିବନ୍ଧକ , ଚୀନ୍‌ ତରଫରୁ ମିଳିଲା ଆଶ୍ବାସନା

22/11/2021 at 11:44 AM

ନୂଆଦିଲ୍ଳୀ ୨୨।୧୧ : ପାକିସ୍ତାନର ମିଡିଆ ଅଥରିଟି ଅନୁଯାୟୀ ଶୁକ୍ରବାର ଦିନ ଟିକଟକ୍‌ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥର ଚାରି ମାସ ପରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚୀନ୍‌ର ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ନିୟନ୍ତ୍ରଣ କରିବ ବୋଲି ଆଶ୍ୱାସନା ଦେବା ପରେ ଏହି ପ୍ରତିବନ୍ଧକ ହଟାଯାଇଛି। ଗତ ୧୫ମାସ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ପାକିସ୍ତାନର ଟେଲି ଯୋଗାଯୋଗ କର୍ତ୍ତୃପକ୍ଷ ଟିକଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଲେ ଓ ହଟାଇଲେ। ଅକ୍ଟୋବର ୨୦୨୦ରେ କିଶୋର ଏବଂ ଯୁବକ ଯୁବତୀମାନଙ୍କ ମଧ୍ୟରେ ଲୋକପ୍ରିୟ ଟିକ୍‌ଟକ୍‌କୁ ପ୍ରଥମେ ପାକିସ୍ତାନରେ ନିଷିଦ୍ଧ କରିଥିଲା। ଏହାକୁ ନେଇ କହିଛି ଯେ ଆପରେ ଥିବା ବିଷୟବସ୍ତୁକୁ ନେଇ ଏହା ଅନୈତିକ, ଅଶ୍ଳୀଳ ଯୋଗୁଁ  ଅଭିଯୋଗ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଟ୍ୱିଟରର ଏକ ବିବୃତ୍ତିରେ କହିଛନ୍ତି ଯେ ଟିକଟକ୍ ପାକିସ୍ତାନକୁ ନିଶ୍ଚିତ କରିଛି ଯେ ଏହା ବେଆଇନ ବିଷୟବସ୍ତୁ ଅପଲୋଡ୍ କରୁଥିବା ଉପଭୋକ୍ତା ଉପରେ ଅବରୋଧ କରିବ। ଚୀନର ବାଇଟଡାନ୍ସ କମ୍ପାନୀର ଏହି ଆପ୍ ପାକିସ୍ତାନରେ ପ୍ରାୟ ୩,୯ କୋଟି ଥର ଡାଉନଲୋଡ୍ ହୋଇଛି। ଗତ କିଛି ବର୍ଷ ଧରି ପାକିସ୍ତାନ ଫେସବୁକ୍ ଏବଂ ଟ୍ୱିଟରକୁ  ସେମାନଙ୍କର ବିଷୟବସ୍ତୁକୁ ନେଇ ଶହ ଶହ ଅଭିଯୋଗ ପଠାଇଛି। ସେ ଅଭିଯୋଗ କରିଛନ୍ତି ଯେ ଉକ୍ତ ବିଷୟବସ୍ତୁ ଇସଲାମ ତଥା ପାକିସ୍ତାନୀ ପ୍ରତି ଆପତ୍ତିଜନକ ଏବଂ ଅପମାନଜନକ ନିୟମ ବିରୁଦ୍ଧରେ।

ଅନ୍ୟପଟେ ଭାରତରେ ଟିକଟକ୍‌ ଆପ୍‌  ଉପରେ ପ୍ରତିବନ୍ଧକ ଲଗାଯାଇଛି। ଟିକ୍‌ଟକ୍‌ ଉପଭୋକ୍ତାମାନେ ଏହି ଆପରେ ଛୋଟ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ଏହାକୁ ଅପଲୋଡ୍ ମଧ୍ୟ କରନ୍ତି। ଟିକଟକ୍‌ ଏହାର ୟୁଜର୍ସମାନଙ୍କୁ ଭିଡିଓ ପାଇଁ ହଜାର ହଜାର ଗୀତ ଏବଂ ଡାଏଲଗ୍‌ ପ୍ରଦାନ କରିଥାଏ।

   Related Posts