ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଇମରାନ ଖାନ, ଆରେଷ୍ଟ ୱାରେଣ୍ଟ ଜାରି

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି । ଇସଲମାବାଦ ମାରଗଲ୍ଲା ପୋଲିସ ଷ୍ଟେସନର ଜଣେ ମାଜିଷ୍ଟ୍ରେଟ ଇମରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଅଗଷ୍ଟ ୨୦ରେ ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ଜେବା ଚୌଧୁରୀଙ୍କ ଉପରେ ଟିପ୍ପଣୀ ମାମଲାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ମହିଳା ବିଚାରପତି ଜେବା ଚୌଧୁରୀଙ୍କୁ ଏକ ସାର୍ବଜନୀନ ରାଲିରେ ଇମରାନ ଖାନ ଧମକ ଦେଇଥିଲେ ।

ଇସଲାମବାଦରେ ଅଗଷ୍ଟ ୨୦ରେ ଏକ ରାଲି ସମୟରେ ପିଟିଆଇ ମୁଖ୍ୟ ଇମରାନ ଖାନ ନିଜ ସହଯୋଗୀ ଶାହବାଜ ଗିଲଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ନେଇ ଶୀର୍ଷ ପୋଲିସ ଅଧିକାରୀ, ନିର୍ବାଚନ ଆୟୋଗ ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ । ଶାହବାଜ ଗିଲଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.