ପାକ୍ ସେନାଧିକାରୀଙ୍କ କେଳେଙ୍କାରି: ଚେତା ଫେରିବା ପରେ ଜାଣନ୍ତୁ କଣ କହିଲା କୁକ୍ଷାତ ଆତଙ୍କବାଦୀ…
24/08/2022 at 11:10 PM

ଶ୍ରୀନଗର ୨୪/୦୮: ଆତଙ୍କବାଦୀର ବଡ଼ ଖୁଲାସା। ଭାରତୀୟ ସେନା ଓ ସେନା ପୋଷ୍ଟକୁ ଆକ୍ରମଣ କରିବାକୁ ପାକିସ୍ତାନ ସେନାଧିକାରୀ ଦେଇଥିଲେ ସୁପାରୀ। କେବଳ ସେତିକି ନୁହେଁ ପାକିସ୍ତାନ ସେନାଧିକାରୀ ଜଣଙ୍କ ତାଙ୍କୁ ଏହି କୁମନ୍ତ୍ରଣା ଦେଇ ପଠାଇଥିବା ଆତଙ୍କବାଦୀ ଜଣଙ୍କ ସ୍ୱୀକାର କରିଛି। ଆତଙ୍କବାଦୀ ଏକା ନୁହେଁ ବରଂ ତା ସହିତ ଅନ୍ୟ ୪ରୁ ୫ ଜଣ ସହୋଯୋଗୀଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲା। ସେମାନେ ଏକ ସେନା ପୋଷ୍ଟ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଏପରି ଘଟଣା ଜାମ୍ମୁ କାଶ୍ମୀର୍ର ରାଜୌରି ସେକ୍ଟରରୁ ଧରା ପଡ଼ିଥିବା ତବାରକ ହୁସେନ୍ ନାମକ ଆତଙ୍କବାଦୀ ସ୍ୱୀକାର କରିଛି।
ଖବର ଅନୁସାରେ ଅଗଷ୍ଟ ୨୧ରେ ନୌସେରା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ଆତଙ୍କବାଦୀ ତବାରକ ହୁସେନ୍କୁ କାବୁ କରାଯାଇଥିଲା। ସତର୍କ ସୁରକ୍ଷା କର୍ମୀମାନେ ତାକୁ ଏଲଓସି ପାଖରେ ଅନୁପ୍ରବେଶ ବେଳେ ଗୁଳି କରିଥିଲେ। ପରେ ଆତଙ୍କୀ ଜଣଙ୍କ ଅଚେତ ଅବସ୍ଥାରେ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚେତା ଫେରିବା ପରେ ସେ ଏକ ବଡ଼ ଖୁଲାସା କରିଛି। ସେ କହିଛିଯେ ପାକିସ୍ତାନର ଆଇଏସଆଇ କର୍ଣ୍ଣଲ ଚୌଧୁରି ୟୁନୁଫ୍ ଏଲଓସିରେ ସେନାପୋଷ୍ଟ୍କୁ ଧ୍ୱଂସ କରିବା ପାଇଁ କହିଥିଲେ। ଏହି କାମ କରିବା ପାଇଁ ତାକୁ କର୍ଣ୍ଣଲ ୩୦ହଜାର ଟଙ୍କା ଦେଇଥିଲା। ଏହା ପରେ ଅଗଷ୍ଟ ୨୧ରେ ସେ ଏକ ସେନା ପୋଷ୍ଟକୁ ସାମୁହିକ ଆକ୍ରମଣ କରିଥାନ୍ତା କିନ୍ତୁ ଅନୁପ୍ରବେଶ କରିବା ପୂର୍ବରୁ ସେ ଧରା ପଡ଼ିଯାଇଥିଲା।
ଆକ୍ରମଣ କରବାକୁ ତାକୁ ପାଞ୍ଚଟି ବନ୍ଧୁକ ଦିଆଯାଇଥିଲା ବୋଲି ସେ ସ୍ୱୀକାର କରିଛି। ଗୁଳି ଖାଇ ଆହତ ହେବା ପରେ ଆତଙ୍କୀ ଜଣଙ୍କ ସହଯୋଗ କରିବା ପାଇ ତା ସାଥୀ ମାନଙ୍କୁ ଡାକିଥିଲା। କିନ୍ତୁ କେହି ଆସିନଥିଲେ ବୋଲି ସେ କହିଥିଛି। ସୈନିକମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରିଛି।