ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାଜୱାଙ୍କ ସମ୍ପର୍କୀୟ ହୋଇଛନ୍ତି ଧନ କୁବେର, ରିପୋର୍ଟ ପ୍ରକାଶ ପରେ ପାକିସ୍ତାନରେ ରାଜନୈତିକ ଭୂକମ୍ପ, ୱେବସାଇଟ ବ୍ଲକ୍

21/11/2022 at 6:25 PM

ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ଉଭୟ ସଂକଟ ଜନତାଙ୍କ ପାଇଁ ଏକ ଅଭିଶାପ ପାଲଟିବାରେ ଲାଗିଛି । ଗୋଟିଏ ପଟେ ପାକିସ୍ତାନର ଜନତା ଗରିବୀ ଏବଂ ଅନାହାର ସହ ମୁକାବିଲା କରୁଛନ୍ତି, ଅନ୍ୟପଟେ ଏଠାରେ ଶୀର୍ଷ ପଦରେ ବସିଥିବା ବ୍ୟକ୍ତି ଏବଂ ସେମାନଙ୍କ ସମ୍ପର୍କୀୟ ଧନ କୁବେର ହେବାରେ ଲାଗିଛନ୍ତି । ନିକଟରେ ଏକ ରିପୋର୍ଟରେ ଏହି ଖୁଲାସା ହେବା ପରେ ପାକିସ୍ତାନରେ ପୁଣି ଥରେ ନୂଆ ବିବାଦ ଦେଖାଦେଇଛି । ଏହି ରିପୋର୍ଟ ପ୍ରକାଶ କରିଥିବା ୱେବସାଇଟକୁ ମଧ୍ୟ ବ୍ଲକ୍ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ଆର୍ମି ମୁଖ୍ୟ ଜେନେରାଲ କମର ବାଜୱାଙ୍କ ସମ୍ପର୍କୀୟ ଗତ କିଛି ବର୍ଷରେ ଅକଳ୍ପନୀୟ ସମ୍ପତ୍ତି ଏକାଠି କରିଛନ୍ତି । ପାକିସ୍ତାନୀ ସାମ୍ୱାଦିକ ଅହମଦ ନୁରାନୀ ଫ୍ୟାକ୍ଟ ଫୋକସ ନାମକ ଏକ ୱେବସାଇଟରେ ଏହି ରିପୋର୍ଟ ପ୍ରକାଶ କରିଥିଲେ । ତାଙ୍କ ଦାବି ଥିଲା ବାଜୱାଙ୍କ ସମ୍ପର୍କୀୟ ଗତ ୬ ବର୍ଷରେ ବିଲିୟନ ଡଲାରର ସମ୍ପତ୍ତି ଏକାଠି କରିଛନ୍ତି । ସମସ୍ତେ ନୂଆ ନୂଆ କାରବାର ଆରମ୍ଭ କରିଛନ୍ତି । ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବାଜୱାଙ୍କ ପରିବାର ଲୋକେ ଦେଶର ବଡ଼ ସହର ଏବଂ ବିଦେଶରେ ଫାର୍ମହାଉସ କିଣିଛନ୍ତି ।

ଏହି ଖବର ପ୍ରକାଶ ପାଇବା ପରେ ଫ୍ୟାକ୍ଟ ଫୋକସ ୱେବସାଇଟକୁ ବ୍ଲକ କରି ଦିଆଯାଇଛି । ଜେନେରାଲ ବାଜୱାଙ୍କ ପରିବାରର ଆର୍ଥିକ ଡାଟା ବାହାର କରାଯିବା ପରେ ଏହାକୁ ପ୍ରକାଶ କରାଯାଇଛି । ଏଥିରେ ବାଜୱାଙ୍କ ପତ୍ନୀ ଆୟଶା ଅମଜଦ ଏବଂ ବହୁ ମହନୂରଙ୍କ ସହ ପରିବାର ଅନ୍ୟ ସଦସ୍ୟଙ୍କ ମଧ୍ୟ ସମ୍ପତ୍ତି ବଢିଛି । ରିପୋର୍ଟରେ କୁହାଯାଇଛି ଯେ, ୬ ବର୍ଷରେ ଦୁଇ ପରିବାର ବିଲେନିୟର ହୋଇଛନ୍ତି । ସେମାନେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଆରମ୍ଭ କରିଛନ୍ତି । ବିଦେଶରେ ସମ୍ପତ୍ତି କିଣିଛନ୍ତି । ବିଦେଶକୁ ପାଇସା ପଠାଇଛନ୍ତି, କମର୍ଶିଆଲ ପ୍ଲାଜାର ମାଲିକ ହୋଇଛନ୍ତି, କମର୍ଶିଆଲ ପ୍ଲଟ କିଣିଛନ୍ତି । କରାଚୀ ଏବଂ ଇସଲାମାବାଦରେ ଫାର୍ମହାଉସ କରିଛନ୍ତି । ଏହାସହ ଲାହୋର ଏବଂ ଅନ୍ୟ ସହରରେ ରିୟଲ ଇଷ୍ଟେଟରେ କାମ ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁସାରେ, ଛଅ ବର୍ଷରେ ବାଜୱା ପରିବାରର ସମ୍ପତ୍ତିରେ ୧୨.୭ ବିଲିୟନ ଡଲାରର ସମ୍ପତ୍ତି ବୃଦ୍ଧି ଘଟିଛି । ଏହି ରିପୋର୍ଟ ଏପରି ଏକ ସମୟରେ ସାମନାକୁ ଆସିଛି, ଯେତେବେଳେ ଜେନେରାଲ ବାଜୱା ଅବସର ନେବାକୁ ଯାଉଛନ୍ତି ।

   Related Posts