oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଭାରତୀୟ ସେନାର କଡ଼ା ଜବାବ ଓ ବିରୋଧୀଙ୍କ ହୁଙ୍କାରରେ ଭୟଭୀତ ପାକ୍‌ ସେନା ମୁଖ୍ୟ, ଇମ୍ରାନ ଖାନଙ୍କୁ ଭେଟିଲେ ଜେନେରାଲ୍‌ ବାଜଓ୍ବା

24/12/2020 at 10:54 PM

ଇସ୍ଲାମାବାଦ ୨୪/୧୨: ଏଲଓସିରେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନ ଓ ବିରୋଧୀ ଦଳଙ୍କ ଜୋରଦାର ପ୍ରଦର୍ଶନରେ ଭୟଭୀତ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଛନ୍ତି। ଇମ୍ରାନ ଖାନଙ୍କୁ ଭେଟି ବାଜଓ୍ବା ବାହାର ଓ ଦେଶ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ପାକ୍‌ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜେନେରାଲ ବାଜଓ୍ବାଙ୍କ ସହିତ ଇଣ୍ଟର ସର୍ବିସେସ୍‌ ଇଣ୍ଟେଲିଜେନ୍ସ ମୁଖ୍ୟ ଲେଫ୍ଟନାଣ୍ଟ ଫୈୟାଜ ହାମିଦ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପାକିସ୍ତାନ ସେନା ସହ ଜଡ଼ିତ ପେଶାଓ୍ବାର ମାମଲା ତଥା ବାହାର ଓ ଦେଶ ଭିତରେ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକର ଜବରଦସ୍ତ ବିରୋଧ ଓ ସୀମାରେ ଭାରତୀୟ ସେନାର ଜୋରଦାର କାର୍ଯ୍ୟନୁଷ୍ଠାନରେ ଇମ୍ରାନ୍‌ ଖାନ ମଧ୍ୟ ଭୟରେ ଥିବା ଜଣାପଡ଼ିଛି।

ଦେଶବାସୀଙ୍କ ସମର୍ଥନରେ ମାତୃଭୂମିର ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାସହ ସୀମାରେ ଯୁଦ୍ଧ ବିରତି ଉଲ୍ଲଂଘନ ଓ ନିୟନ୍ତ୍ରଣ ରେଖାରେ ପ୍ରାୟ ସମୟରେ ଉପୁଜୁଥିବା ପରିସ୍ଥିତି ଉପରେ ଚର୍ଚ୍ଚା ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏବେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ ଘାରିଛି। ଏନେଇ ନିକଟରେ ଲାଗତର ଇମ୍ରାନ ଖାନ୍‌ କରିଥିବା ଟ୍ବିଟ୍‌ରୁ ଜଣାପଡ଼ିଥିଲା।

ଏହା ସହ ଇମ୍ରାନ୍‌ ଖାନ ଭାରତ ଉପରେ ଅଭିଯୋଗ ଆଣିଥିଲେ ଯେ, ‘ ଭାରତରେ ଅନ୍ତରୀଣ ମାମଲା ଯେତିକି ବୃଦ୍ଧି ପାଉଛି ମୋଦି ସରକାର ଲୋକଙ୍କ ଧ୍ୟାନ ବିଚ୍ୟୁତି କରିବାକୁ ପାକିସ୍ତାନ ବିରୋଧରେ ନକଲି ଅଭିଯାନ ଆରମ୍ଭ କରୁଛନ୍ତି।’ ଅନ୍ୟପଟେ ପାକ୍‌ର ଇମ୍ରାନ ସରକାରଙ୍କ ପାଇଁ ବାଡ଼ ହୋଇ ଛିଡ଼ା ହୋଇଛି ବିରୋଧୀଙ୍କ ଜୋରଦାର ବିରୋଧ ପ୍ରଦର୍ଶନ।  ଇମ୍ରାନ ଖାନଙ୍କୁ ସତ୍ତାରୁ ହଟାଇବା ସହ ରାଜନୀତିରେ ସେନାର ହସ୍ତକ୍ଷେପ ବିରୋଧରେ ୧୧ ଦଳ ବିଶିଷ୍ଟ ମହାମେଣ୍ଟ ବଡ଼ ବଡ଼ ସହରରେ ରାଲି କରୁଥିବା ଦେଖିବାକୁ ମିଳୁଛି।

   Related Posts