ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆଇଇଡି ଆକ୍ରମଣ, ବିସ୍ଫୋରଣରେ ଜଣେ କମାଣ୍ଡରଙ୍କ ସହ ପାଞ୍ଚ ସୈନିକ ମୃତ
25/12/2022 at 10:16 PM

ନୂଆଦିଲ୍ଲୀ: ପାକିସ୍ତାନ ସେନା ଲଗାତାର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି । ପାକିସ୍ତାନ ସେନାକୁ ଆଇଇଡି ଜରିଆରେ ଟାର୍ଗେଟ କରାଯାଇଛି, ଏଥିରେ ଜଣେ କମାଣ୍ଡରଙ୍କ ସହ ପାଞ୍ଚ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବାଲୁଚିସ୍ତାନର କହାନରେ ଏହି ଘଟଣା ଘଟିଛି । ବଲୁଚିସ୍ତାନ ପୋଷ୍ଟ ଅନୁସାରେ ଏହି ଆକ୍ରମଣରେ ମୃତ କମାଣ୍ଡର ନାଁ କ୍ୟାପ୍ଟେନ ପହାଦ । ଆକ୍ରମଣରେ ପାକିସ୍ତାନ ସେନାର ଅନ୍ୟ ଛଅ ଯବାନ ଆହତ ହୋଇଛନ୍ତି । ବଲୁଚିସ୍ତାନ ଲିବରେସନ ଆର୍ମୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
UPDATE:
— The Khorasan Diary (@khorasandiary) December 25, 2022
Baloch Liberation Army has issued a statement claiming the attack. https://t.co/VSEZFtzvXn
ଏହାଛଡା କୁଖ୍ୟାତ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ଗତ ଦୁଇ ଦିନରେ ବଲୁଚିସ୍ତାନ ପ୍ରାନ୍ତରେ ଏହାଧିକ ଆକ୍ରମଣ କରିଥିଲା, ଏଥିରେ ଛଅ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ କିଛି ଆହତ ହୋଇଥିଲେ। ପାକିସ୍ତାନ ରବିବାର ଏହି ସୂଚନା ଦେଇଛି । ପାକିସ୍ତାନ ସେନାର ମିଡିଆ ବିଭାଗ ଇଣ୍ଟର ସର୍ଭିସେଜ ପବ୍ଲିକ ରିଲେସନ୍ସ ପକ୍ଷରୁ ଜାରି ବୟାନ ଅନୁସାରୋ ଝୋବ ଜିଲ୍ଲାର ସାମ୍ୱାଜା କ୍ଷେତ୍ରରେ ଏକ ଗୁଇନ୍ଦା ଅଭିଯାନ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନ ସୈନିକ ଏବଂ ଜଣେ ଆତଙ୍କବାଦୀ ମୃତ ହୋଇଥିବା ସୂଚନା ଦିଆଯାଇଥିଲା । ବୟାନ ଅନୁସାରେ, ଏହି ଅଭିୟାନ ଗତ ୯୬ ଘଣ୍ଟା ଧରି ଜାରି ରହିଛି ।